fbpx

(Video) ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଓବାଦୀଙ୍କ ହିଂସାରେ ବଳି ପଡ଼ିଛନ୍ତି ଜଣେ ସାମ୍ବାଦିକ । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲାର ମ.ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ସାମ୍ବାଦିକଙ୍କ ନାମ ରୋହିତ ବିଶ୍ୱାଳ ବୋଲି ଜଣାପଡ଼ିଛି । ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯିବା ସହ ମାଓବାଦୀଙ୍କ ଏତାଦୃଶ କାର୍ଯ୍ୟକୁ ନିନ୍ଦା କରାଯାଇଛି ।

ଜଣାପଡ଼ିଛି ଯେ, ମାଓବାଦୀ ମାରିଥିବା ପୋଷ୍ଟରର ଫଟୋ ଉଠାଇବାକୁ ଯିବା ସମୟରେ ଏହି ଅଘଟଣ ଘଟିଛି । ମାଓବାଦୀମାନେ ନିର୍ବାଚନ ସମ୍ପର୍କୀୟ ପୋଷ୍ଟର ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବିଏସଏଫ୍ ପହଞ୍ଚିତ ଘଟଣାର ଅନୁଧ୍ୟାନ ଜାରି ରଖିଛନ୍ତି ।

Get real time updates directly on you device, subscribe now.