fbpx

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ ହୋଇଛି । ଆଜି ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଅନ୍ତର୍ଜାତୀୟ ସୀମା ସାମ୍ବା ସେକ୍ଟର ନିକଟରେ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଅନୁପ୍ରବେଶକାରୀଙ୍କ ନିକଟରୁ ସିଆରପିଏଫ ଦ୍ୱାରା ୩୬ କେଜି ମାଦକ ଦ୍ରବ୍ୟ ଜବତ କରାଯାଇଛି । ଗତକାଲି ଦୁଇଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ପ୍ରାଣ ହରାଇଥିଲେ ।

ଗତକାଲି ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଇଖଲାକ ହାଜମକୁ ଚିହ୍ନଟ କରାଯାଇଥିଲା । ସେ ଗତ ମାସ ୨୯ ତାରିଖରେ କୁଲଗାମ ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ୍ କନଷ୍ଟେବଳ ଅଲ୍ଲୀ ମହମ୍ମଦ ଗନିଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲା । ସୂଚନାଯୋଗ୍ୟ ଯେ, ଗତ ମାସ ୩୦ ତାରିଖରେ ଜମ୍ମୁ କଶ୍ମୀରରେ ଏନକାଉଣ୍ଟରରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ । ବଡ଼ଗାମ ଓ ପୁଲୱାମାରେ ଦୁଇଟି ପୃଥକ ଏନକାଉଣ୍ଟରେ ସେମାନେ ପ୍ରାଣ ହରାଇଥିଲେ । ନିୟମିତ ବ୍ୟବଧାନରେ ଜମ୍ମୁରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଗତ ମାସ ୧୦ ସୁଦ୍ଧା ୧୪ ଦିନରେ ୮ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା ।

Get real time updates directly on you device, subscribe now.