fbpx

ପଞ୍ଚଭୂତରେ ବିଲୀନ ହେଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଆଉ ଶୁଣିବାକୁ ମିଳିବନି କୋକିଳ କଣ୍ଠିଙ୍କ ସୁମଧୁର କଣ୍ଠ ସ୍ୱର । ପଞ୍ଚଭୂତରେ ଲୀନ ହେଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମରଶୀରର । ମୁମ୍ବାଇ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଲତାଙ୍କ ଶେଷକୃତ୍ୟ ।

ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ ଅନେକ ନେତା ଏବଂ ସେଲିବ୍ରିଟି । ଶିବାଜୀ ପାର୍କରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ଶେଷ ଦର୍ଶନ ପାଇଁ ମଧ୍ୟ ସାଧାରଣ ଲୋକ ଏକାଠି ହୋଇଥିଲେ ଶିବାଜୀ ପାର୍କ ନିକଟରେ । ଲୋକାରଣ୍ୟ ହୋଇପଡ଼ିଛି ଶିବାଜୀପାର୍କ ।

ଉଲ୍ଲେଖଯୋଗ୍ୟ, ରବିବାର ସୁର ସାମ୍ରାଞ୍ଜୀ ଲତା ମଙ୍ଗେସକରଙ୍କ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ବିଗତ ୨୯ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକର ଘୋଷଣା କରାଯାଇଛି । ୨ ଦିନ ପାଇଁ ଅର୍ଦ୍ଧନମିତ ରଖାଯିବ ରାଷ୍ଟ୍ରୀୟ ପତାକା ।

Get real time updates directly on you device, subscribe now.