fbpx

କରନ୍ତୁ ଏହି ଫୁଡ ବିଜନେସ: ଛୋଟ ଇନଭେଷ୍ଟମେଣ୍ଟରେ ଇନକମ କରିପାରନ୍ତି ଲକ୍ଷ ଲକ୍ଷ ଟଙ୍କା

ଖାଇବା ପାଇଁ ରୂଚି ରଖୁଥିବା ଲୋକମାନଙ୍କ ପାଇଁ ଏହି ବିଜନେସଟି ହୋଇପାରେ ଅତି ସହଜ । ମାତ୍ର ୮୦୦୦-୧୦୦୦୦ ଟଙ୍କାରେ ଷ୍ଟାର୍ଟ କରିପାରିବେ ଏମିତି ଏକ ବିଜନେସ ଯାହାର ଇନକମ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବିଜନେସର ଆଉ ଏକ ଫାଇଦା ଏଥିପାଇଁ ନା କୌଣସି ଲାଇସେନ୍ସର ଆବଶ୍ୟତା ରହିଛି ନା କୌଣସି ପରିମିଶନର । ଘରେ ମଧ୍ୟ ଏହି ବିଜନେସ ଖୁବ ଲାଭଦାୟକ ହୋଇ ପାରିବ । ଆମେ ଆଉ କେଉଁ ବିଜନେସ କଥା କହୁନୁ । ଆମେ କହୁଛୁ ଟିଫିନ ସର୍ଭିସ ବିଜନେସର କଥା । ଯାହାର ଚାହିଦା ଏବେ ମାର୍କେଟରେ ଖୁବ ରହିଛି ।

ଟିଫିନ ସର୍ଭିସ ବିଜନେସର ଡିମାଣ୍ଡ ଏବେ ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି । ତେଣୁ ଏହି ବିଜନେସ ଦ୍ୱାରା ଅନେକ ଲୋକ ଆତ୍ମ ନିର୍ଭରଶୀଳ ହୋଇ ପାରିବେ । ବିଶେଷ କରି ସହରରେ କାର୍ଯ୍ୟରତ କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ ଯେଉଁମାନେ ବିଭିନ୍ନ କାରଣରୁ ଘରେ ରୋଷେଇ କରିପାରନ୍ତି ନାହିଁ, ସେମାନଙ୍କ ପାଇଁ ଏହି ବିଜନେଓ ଖୁବ ସହାୟକ ହେବ । ଏଭଳି ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଟିଫିନ ସର୍ଭିସ ବିଜନେଓ ଏକମାତ୍ର ବିକଳ୍ପ । ତେଣୁ ଏହି ବିଜନେସ ଖୁବ ଲାଭଦାୟକ ହେବ । ତେବେ ସବୁଠୁ ବଡ ଫିଚର ହେଉଛି, ମାତ୍ର ୮୦୦୦-୧୦୦୦୦ଟଙ୍କା ମଧ୍ୟରେ ଏହି ବିଜନେସ ଆରମ୍ଭ କରାଯାଇ ପାରିବ ।

କିନ୍ତୁ ଯଦି ଇନକମ କଥା କୁହାଯାଏ, ତେବେ ଏହି ବିଜନେସରେ ମାସିକ ଆୟ ୧ ଲକ୍ଷରୁ ୨ ଲକ୍ଷ କିମ୍ବା ଅଧିକ ଟଙ୍କା ମଧ୍ୟ ଆୟ କରାଯାଇ ପାରିବ । ଅନେକ ମହିଳା ସ୍ୱାବଲମ୍ବୀ ହେବା ପାଇଁ ଟିପିନ ସର୍ଭିସ ବିଜନେସକୁ ନିଜର କରି ସାରିଛନ୍ତି । ସୋଶଲ ମିଡିଆ ଦ୍ୱାରା ବିଜନେସର ମାର୍କେଟିଙ୍ଗ କରିବା ସହିତ ଖୁବ ଭଲ ଇନକମ ମଧ୍ୟ କରିପାରିବେ ।

Get real time updates directly on you device, subscribe now.