fbpx

ଯୁବତୀଙ୍କ ଆକାଉଣ୍ଟରରୁ ୧୨ ଲକ୍ଷ ଲୁଟ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବାଲେଶ୍ୱର: ଯୁବତୀଙ୍କ ଆକାଉଣ୍ଟରୁ ୧୨.୪୫ ଲକ୍ଷ ସାଇବର ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କଲା ବାଲେଶ୍ୱର ସାଇବର ପୋଲିସ । ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ର, ଅନ୍ୟ ୪ ଜଣ ପଶ୍ଚିମବଙ୍ଗର ସୂଚନା । ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୬୯ ହଜାର  ଟଙ୍କା ସହ ୧୪ଟି ଏଟିଏମ୍ କାର୍ଡ ଜବତ ହୋଇଛି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲି ଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ରଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଚଳୁ କରିନେଇଥିଲେ ସାଇବର ଠକ । ଏହି ମାମଲାରେ ଅଭିଯୋଗ ପରେ ମହିଳାଙ୍କ ଆକାଉଣ୍ଟକୁ ଅଢ଼େଇ ଲକ୍ଷ ଟଙ୍କା ଫେରିଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା ।

Get real time updates directly on you device, subscribe now.