fbpx

ହିମସ୍ଖଳନ ଯୋଗୁଁ ବରଫ ତଳେ ଫସି ରହିଛନ୍ତି ୭ ଭାରତୀୟ ଯବାନ: ଉଦ୍ଧାର କାର୍ଯ୍ୟ ଜାରି

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ଭାରତୀୟ ଯବାନଙ୍କ ସହ ଘଟିଯାଇଛି ଏକ ବଡ ଅଘଟଣ । କମଙ୍ଗୋ ସେକ୍ଟରରେ ହିମସ୍ଖଳନ ଯୋଗୁଁ ବରଫ ତଳେ ଫସି ରହିଛନ୍ତି ଭାରତୀୟ ସେନାର ୭ ଜଣ ଯବାନ । ତେବେ ସେମାନଭ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ପେଟ୍ରୋଲିଙ୍ଗ ପାଇଁ ଯାଇଥିବା ବେଳେ ଯବାନମାନଙ୍କ ସହ ଘଟିଯାଇଛି ଏବରି ଦୁର୍ଘଟଣା । ହିମସ୍ଖଳନ ଯୋଗୁଁ ୭ ଜଣ ଭାରତୀୟ ଯବାନ ନିଖୋଜ ହୋଇଯାଇଛନ୍ତି । ତେବେ ନିଖୋଜ ଯବାନମାନଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ । କିଛି ଦିନରୁ ପାଣିପାଗ ଖରାପ ରହିତିବାରୁ ଅକସ୍ମାତ ଏଭଳି ଏକ ଅଘଟଣ ଘଟିଯାଇଛି ।

Get real time updates directly on you device, subscribe now.