fbpx

ପାକିସ୍ତାନ ବିପକ୍ଷ ମ୍ୟାଚରେ ଉପବାସ କରିଥିଲେ ଲତା: କିନ୍ତୁ ଧୋନୀଙ୍କ ଏହି କାମ ଉପରେ ରାଗିଗଲେ ଦିଦି

ମୁମ୍ବାଇ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । କିନ୍ତୁ ମୃତ୍ୟୁ ପରେ ତାଙ୍କର ଅନେକ ଅକୁହା କଥା ସାମନାକୁ ଆସୁଛି । ଏବେ ଏମିତି ଏକ କଥା ଶୁଣିବାକୁ ମିଳିଛି । ଦିନେ କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କର ଏକ କାମ ଉପରେ ଖୁବ ରାଗି ଯାଇଥିଲେ ଲତା । ତାଙ୍କ ଟ୍ୱିଟର ପେଜରେ ଏକ ପୋଷ୍ଟ କରି ନିଜ ବିରକ୍ତିଭାବ ମଧ୍ୟ ସେ ପ୍ରକାଶ କରିଥିଲେ ।

ଲତା ଦିଦିଙ୍କର କ୍ରିକେଟ ପ୍ରତି ଥିବା ଦୁର୍ବଳତା ସହିତ ପ୍ରାୟ ସମସ୍ତେ ପରିଚିତ । କ୍ରିକେଟ ସହିତ ତାଙ୍କର ଥିବା ଦୁଇଟି ମୁହୂର୍ତ୍ତ ଏବେ ସମାନାକୁ ଆସିଛି । ୨୦୧୧ ଦିନିକିଆ ବିଶ୍ୱକପ ସମୟ ସେମି ଫାଇନାଲରେ ଭାର ଭେଟିଥିଲା ଚିର ପ୍ରତିଦ୍ୱନ୍ଦି ପାକିସ୍ତାନକୁ । ଏହି ମ୍ୟାଚରେ ଭାରତର ବିଜୟ ପାଇଁ ଲତା ଦିଦି ଉପବାସ ରଖିଥିଲେ । ତେବେ ବୋଧହୁଏ ସେଦିନ ଲତା ଦିଦିଙ୍କ ପ୍ରାର୍ଥନା କାମ ଦେଇଥିଲା । ଆଉ ପାକିସ୍ତାନକୁ ହରାଇ ବିଶ୍ୱକପ ଫାଇନାଳରେ ପ୍ରବେଶ କରିଥିଲା ଭାରତ । ମ୍ୟାଚରେ ବିଜୟ ପରେ ହିଁ ଦିଦି ତାଙ୍କ ଉପବାସ ଭାଙ୍ଗିଥିଲେ ।

ICC World Cup Photogallery | ICC World Cup Photos 2011Throwback Video: Watch India defeat Pakistan in World Cup 2011 Semi-Final  On This Day

ସେହିପରି ଲତା ଦିଦି ଏବଂ କ୍ରିକେଟକୁ ନେଇ ଆଉ ଏକ ଘଟଣା ମଧ୍ୟ ସାମନାକୁ ଆସିଛି । ଏ ଘଟଣା ହେଉଛି ୨୦୧୯ ଦିନିକିଆ ବିଶ୍ୱକପ ସେମି ଫାଇନାଲ ସମୟର । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଲତା ଦିଦି ଥିଲେ ଜଣେ ବଡ ପ୍ରଶଂସକ । କିନ୍ତୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପାଖରୁ ପରାସ୍ତ ହେବା ପରେ ଧୋନୀ କ୍ରିକେଟରୁ ଅବସର ନେବା କଥା ସାମନାକୁ ଆସିଥିଲା । ଏହା ଶୁଣି ବିଚଳିତ ହୋଇ ଉଠିଥିଲେ ଲତା । ଧୋନୀଙ୍କୁ ଅବସର ନ ନେବା ପାଇଁ ସେ ଟ୍ୱିଟରରେ ଏକ ଅନୁରୋଧର ବାର୍ତ୍ତା ମଧ୍ୟ ପୋଷ୍ଟ କରିଥଲେ ।

 

Get real time updates directly on you device, subscribe now.