fbpx

ସ୍କୁଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: ୨ ବର୍ଷ ପରେ ବାଜିଲା ସ୍କୁଲ ଘଣ୍ଟା

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ପରେ ଆଜି ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଦିନକୁ ଏକ ଐତିହାସିକ ଦିନ ବୋଲି ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । ୨ ବର୍ଷର ଏକ ଲମ୍ବା ବ୍ୟବଧାନ ପରେ ଆଜି ଶୁଣିବାକୁ ମିଳିଛି ସ୍କୁଲର ଘଣ୍ଟା ଶବ୍ଦ । ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ପିଲାମାନଙ୍କୁ ବେଶ ଖୁସି ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ତେବେ କରୋନା ଏବେ ବି ହଟିନି । ଏବେ ବି ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ତେଣୁ ଯଥା ସମ୍ଭବ ନିଜକୁ ସୁରକ୍ଷିତ ରଖିବା ସହିତ କରୋନା କଟକଣାକୁ ଅବଲମ୍ବନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଛନ୍ତି ।

Get real time updates directly on you device, subscribe now.