fbpx

ବିଶ୍ୱକପ ପରେ ଖେଳାଳିଙ୍କ ଟାର୍ଗେଟ IPL ୨୦୨୨ ଉପରେ: ହୋଇପାରେ ଜୋରଦାର ଲଢେଇ

ନୂଆଦିଲ୍ଲୀ: ବିଶ୍ୱକପ ପରେ ଟ-୧୯ ଖେଳାଳିଙ୍କ ନଜର ଏବେ IPL ୨୦୨୨ ଉପରେ । ମେଗା ଅକ୍ସନରେ ସୁଯୋଗ ପାଇପାରନ୍ତି ବିଶ୍ୱକପର ଷ୍ଟାର କ୍ରିକେଟର । ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଖିରେ ରଖି ସେମାନଭ୍କ ପାଇଁ ମେଗା ଅକ୍ସନରେ ଲାଗିପାରେ ମୋଟା ଅଙ୍କର ଟଙ୍କା । ଷ୍ଟାର ପରଫୋମରଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ବଡ ଫ୍ରାଞ୍ଚାଇଜି ସହ ଖେଳିପାରେ ଦେଇପାରେ ସୁବର୍ଣ୍ଣ ସୁଯୋଗ ।

ଆସନ୍ତା ଫେବୃୟାରୀ ୧୨ ଏବଂ ୧୩ ତାରିଖରେ ପାଇଁ ବାଙ୍ଗାଲୋରରେ ଓଚଖ ୨୦୨୨ ଆୟୋଜିତ ହେବ ମେଗା ଅକ୍ସନ । ବିଭିନ୍ନ ଦେଶର ଖେଳାଳିମାନଙ୍କୁ ଦଳରେ ସାମିଲ କରିବା ପାଇଁ ଲଢିବେ ୧୦ଟି ଫ୍ରାଞ୍ଚାଇଜି । ତେବେ ଏଥିରେ ୫୯୦ ଜଣ ଖେଳାଳି ସାମିଲ ହୋଇଛନ୍ତି । ଯାହା ଭିତରେ ଅଛନ୍ତି ଅନେକ ଟ-୧୯ ଖେଳାଳି । ବିଶେଷ କରି ୫ ଜଣ ଷ୍ଟାର ଖେଳାଳିଙ୍କ ଉପରେ ଅଧିକାଂଶ ଦଳ ଟାର୍ଗେଟ କରିପାରନ୍ତି ।

IPL Auction 2022 is almost here Catch every move from the mega auction  12-13 Feb 11 AM onwards - Latest Cricket News - IPL Mega Auction 2022: 12  और 13 फरवरी को

ଡିୱାଲ୍ଡ ବ୍ରେଭିସ

ଦକ୍ଷିଣ ଆଫ୍ରିକା ବେବି ଡିଭିଲିୟର୍ସ ବା ଡିୱାଲ୍ଡ ବ୍ରେଭିସ ହେଉଛନ୍ତି ସେହିଭଳି ଜଣେ ଖେଳାଳି, ଯାହାଙ୍କ ଉପରେ ଚଳିତ ସିଜନରେ ଖୁବ ଧନ ବର୍ଷା ହୋଇପାରେ । ଟ-୧୯ ବିଶ୍ୱକପର ୬ଟି ମ୍ୟାଚରେ ୫୦୬ ରନ କରି ସେ ଏବେ ବିଭିନ୍ନ ଫ୍ରାଞ୍ଚାଇଜିର ନଜରରେ ରହିଛନ୍ତି । ସବୁଠୁ ବଡ କଥା ହେଉଛି ବ୍ରେଭିସ ଡିଭିଲିୟର୍ସଙ୍କ ପରି ମଇଦାନର ଚତୁଃପାଶ୍ୱର୍ରେ ରନ ବନାଇବାକୁ ସମର୍ଥ ରଖିଛନ୍ତି । ତେବେ ଚଳିତ ଓଚଖ ରେ ତାଙ୍କ ବେସ ପ୍ରାଇସ ସେ ୨୦ଲକ୍ଷ ଟଙ୍କା ରଖିଛନ୍ତି ।

Here is why South Africa's next big thing Dewald Brevis is nicknamed 'Baby  AB'

ରାଜ ବାୱା
ଭାରତୀୟ ଟ-୧୯ ଦଳର ଅଲରାଉଣ୍ଡର ରାଜ ଅଙ୍ଗଦ ବାୱା । ବିଶ୍ୱକପରେ ନିଜ ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ଦଳକୁ ଜିତାଇ ପାରିଥିଲେ ପଞ୍ଚମ ଟାଇଟଲ । ୬ଟି ମ୍ୟାଚରୁ ୯ ୱିକେଟ ସହ ୨୫୨ ରନ ସଂଗ୍ରହ କରି ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । ରାଜଙ୍କ ଉପରେ ମଧ୍ୟ ବିଭିନ୍ନ ଫ୍ରାଞ୍ଚାଇଜି ବୋଲି ଲଗାଇବେ ବୋଲି ଆଶା କରାଯାଉଛି । ବାମ ହାତରେ ବ୍ୟାଟିଙ୍ଗ ଏବଂ ଡାହାଣ ହାତରେ ବୋଲିଙ୍ଗ କରୁଥିବା ଏହି ଖେଳାଳି ପାଇଁ ନିଜ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରଖିଛନ୍ତି । ତେବେ କେଉଁ ଦଳ ତାଙ୍କ ନିଜର କରୁଛି ତାହାକୁ ଅପେକ୍ଷା ।

U-19 World Cup: Raj Bawa smashes unbeaten 162 as India beat Uganda to top  group

ୟଶ ଧୂଲ
ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ୟଶ ଧୂଲ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି । ୪ଟି ମ୍ୟାଚରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହ ୨୨୯ ରନ କରିଥିଲେ ୟଶ । ଯାହା ସମସ୍ତ କ୍ରୀଡାବିତଙ୍କ ନଜରରେ ରହିଛି । ତେବେ ୟଶ ମଧ୍ୟ ମେଗା ଅକ୍ସନ ପାଇଁ ନିଜ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ହିଁ ଧାର୍ଯ୍ୟ କରିଛନ୍ତି ।

Yash Dhul scored a brilliant century, VVS Laxman encouraged by clapping

ଭିକ୍କି ଓସ୍ତୱାଲ
୨୦୨୨ ବିଶ୍ୱକପରେ ମିଷ୍ଟ୍ରି ସ୍ପିନର ଭାବେ ଏଣ୍ଟ୍ରି କରିଥିଲେ ଭିକ୍କ୍ି । ୬ ମ୍ୟାଚରେ ମୋଟ ୧୨ ଟି ୱିକେଟ ହାସଲ କରି ଭାରତର ବିଜୟ ଧାରାରେ ସାଜିଥିଲେ ଷ୍ଟାର ଖେଳାଳି । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇଭ ୱିକେଟ ହଲ ତାଙ୍କ ଚର୍ଚ୍ଚାର ପରିସରକୁ ଆଣିଥିଲେ । ଓଚଖ ୨୦୨୨ ପାଇଁ ଭିକ୍କି ମଧ୍ୟ ନିଜ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରଖିଛନ୍ତି । କିନ୍ତୁ ଭିକ୍କିଙ୍କ ଉପରେ ଅନେକ ଦଳର ନଜର ରହିବ ।

Vicky Ostwal's journey From Lonavala to Caribbean via 'local trains'

ହରନୁର ସିଂହ
ଭାରତର ଅନ୍ୟତମ ଷ୍ଟାର ବ୍ୟାଟ୍ସମ୍ୟାନ ହରନୁର ସିଂହ ମଧ୍ୟ ଏହି ଲିଷ୍ଟରେ ଖୁବ ଆଗରେ ରହିଛନ୍ତି । ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ସେତେ ଖାସ ନଥିଲା । ତଥାପି ବଡ ପାଳି ଖେଳିବାର ସାମର୍ଥ୍ୟ ରଖୁତିବା ହରନୁରଙ୍କ ଉପରେ ମଧ୍ୟ ବଡ ବୋଲି ଲାଗିପାରେ ବୋଲି ଆଶା ରହିଛି । ବିଶ୍ୱକପରେ ୬ ମ୍ୟାଚରେ ୧୪୧ ରନ କରିଥିବା ହରନୁର ମେଗା ଅକ୍ସନ ପାଇଁ ନିଜ ବେସ ପ୍ରାଇସ ୨୦ ଲକ୍ଷ ରଖିଛନ୍ତି ।

Harnoor Singh: The Jalandhar southpaw who hails from a family of cricketers  | ICC Men's U-19 World Cup 2022 | CricXtasy

Get real time updates directly on you device, subscribe now.