fbpx

ପରୀକ୍ଷା ବାବଦରେ ବଡ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ପିଲାଙ୍କ ପରୀକ୍ଷା ସମ୍ପର୍କରେ ଏକ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କେବେ ହେବ ପରୀକ୍ଷା ଆଉ କେଉଁ ସମୟରେ ଅନୁଷ୍ଠିତ ହେବ ସେ ନେଇ ମନ୍ତ୍ରୀ ତଥ୍ୟ ପ୍ରକାଶ କରିଛନ୍ତି । ପିଲାମାନଭ୍କ ପାଠ୍ୟକ୍ରମର କୋର୍ସ ସରିବା ପରେ ପରୀକ୍ଷା ଅନୁଷ୍ଠି ହେବ । ଏଥି ସହ ଯେଉଁ ସମୟରେ ପରୀକ୍ଷା ହେବା ପାଇଁ ନିଷପତ୍ତି ହୋଇଥିଲା ସେହି ସମୟରେ ହିଁ ପରୀକ୍ଷା କରାଯିବ ବୋଲି କହିଛନ୍ତି ସମୀର ଦାଶ ।

ସେପଟେ ଏପ୍ରିଲ ୨୬ ତାରିଖରୁ ସିବିଏସଇର ଟର୍ମ ୨ ବୋର୍ଡ ପରୀକ୍ଷା ଆୟୋଜିତ ହେବ । ଦଶମ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ପିଲାମାନଙ୍କର ଟର୍ମ ୨ ପରୀକ୍ଷା କରାଯିବ । ତେବେ ଏ ନେଇ ଖୁବ ଶୀଘ୍ର ସିବିଏସଇ ଡାଟା ଜାରି କରିବ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ ପରୀକ୍ଷା ହେବା ନିଶ୍ଚିତ । ତେଣୁ ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସେ ଉପଦେଶ ଦେଇଛନ୍ତି ।

Get real time updates directly on you device, subscribe now.