fbpx

ମେଡିକାଲରୁ ୫ କରୋନା ସନ୍ଦିଗ୍ଧ ଚମ୍ପଟ, ସହରରେ ନଜରବନ୍ଦୀ

ନାଗପୁର,୧୪ ।୩: ଚୀନରେ ବ୍ୟାପୁଥିବା କରୋନା ଭାଇରସ ଏବେ ଭାରତର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୩ଜଣ ଏହି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ରର ନାଗପୁରରେ ଚିକିତ୍ସାଧିନ ଥିବା ୫ କରୋନା ସନ୍ଦିଗ୍ଧ ଆଇସୋଲେଶନ ୱାର୍ଡରୁ ଚମ୍ପଟ ମାରିଛନ୍ତି । ବିଳମ୍ବିତ ରାତିରେ ହୋଇଥିବା ଏହି ଘଟଣା ପାଇଁ ସାରା ସହରରେ ଆର୍ଲଟ ରହିବାକୁ ଘୋଷଣା କରାଯାଇଛି । ସେହି ୫ଜଣଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅନ୍ୟ ୪ ଜଣଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ସେମାନଙ୍କୁ ଖୋଜିବା ପାଇଁ ସାରା ସହରରେ ପୋଲିସ ଦ୍ୱାରା ହାଇ ଆର୍ଲଟ ଜାରି ହେବା ସହ ନଜରବନ୍ଦୀ କରାଯାଇଛି ।

Get real time updates directly on you device, subscribe now.