fbpx

ହୋଇଛି କି କରୋନା ଭାଇରସର ଅନ୍ତ? ଜାଣନ୍ତୁ କ’ଣ କହିଲେ ‘ହୁ’ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ମହାମାରୀ ଏବେ ଶେଷ ହୋଇଛି । ତେବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସୌମ୍ୟା ସ୍ୱାମୀନାଥନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କିଛି ଲୋକ ଏମିତି ଘୋଷଣା କରୁଛନ୍ତି ଯେ କରୋନା ଭାଇରସ ଶେଷ ହୋଇଯାଇଛି । କିନ୍ତୁ ପ୍ରକୃତରେ ଏମିତି କିଛିବି ହୋଇନାହିଁ । ଏହି ଭାଇରସ ଶେଷ ହୋଇନି କେବେ ସମାପ୍ତ ହେବ କେହିବି କହିପାରିବେ ନାହିଁ । କରୋନା ମହାମାରୀ ଶେଷ ହୋଇଯିବା କଥାରେ ବିଶ୍ୱାସ କରନ୍ତୁ ନାହିଁ ଏହା ମୁର୍ଖାମୀର ପରିଚୟ । କରୋନାର ନୂଆ ଭାରିଆଣ୍ଟ କେଉଁଠିବି କେତେବେଳେ ବି ଉତ୍ପନ୍ନ ହୋଇପାରେ, ଆଉ ଏମିତି ହେଲେ ଆମେ ପୁଣିଥରେ ସେହି ସ୍ଥାନରେ ପହଞ୍ଚିଯିବା ଯେଉଁଠାରେ ଏସବୁ ଆରମ୍ଭ ହୋଇଥିଲା । ତେଣୁ ଆମକୁ ସତର୍କ ରହିବାର ଆବଶ୍ୟକ ରହିଛି ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେତେବେଳେ ବିଶ୍ୱରେ କରୋନାର ମାତ୍ର ୧୦୦ ମାମଲା ଦେଖାଯାଇଥିଲା ସେତେବେଳେ ଏହାକୁ ନେଇ ଡବ୍ଲୁଏଚଓ ଚେତାବନୀ ଦେଇଥିଲା କିନ୍ତୁ କେହି ଏହାକୁ ଗୁରୁତ୍ୱର ସହ ନେଇନଥିଲେ । ଆଉ ଏହା ପରର ଭୟାନକ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ । ଆମେରିକା, ୟୁରୋପରେ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏବେବି ଆଫ୍ରିକାର ୮୫ % ଜନସଂଖ୍ୟା ଭାକ୍ସିନର ପ୍ରଥମ ଡୋଜ ପାଇପାରିନାହାଁନ୍ତି । ତେଣୁ ଆମର ଏକ ଛୋଟ ଭୁଲ ବି ପୁଣି ଥରେ ଅସୁବିଧା କରିପାରେ । ଆମକୁ ଲମ୍ବା ସମୟ ଧରି କୋଭିଡ କଟକଣା ପାଳନ କରିବାକୁ ପଡ଼ିବ । ସେ କହିଛନ୍ତି ୨୦୨୦ ତୁଳନାରେ ବର୍ତ୍ତମାନର ସ୍ଥିତି ଭଲ ଅଛି ।

ସେ କହିଛନ୍ତି ଭାଇରସର ଉତ୍ପତ୍ତି ନେଇ ଏବଂ ପ୍ରସାରର କାରଣ ସମ୍ବନ୍ଧରେ ଅଧ୍ୟୟନ କରାଯାଉଛି । ସବୁ ସମ୍ଭାବନା ଉପରେ ଦେଖାଯାଉଛି । କିନ୍ତୁ ଏହା ମଧ୍ୟ ଖାରଜ ହୋଇନାହିଁ ଯେ ଉହାନ ଲ୍ୟାବରୁ କରୋନା ଭାଇରସ ଲିକ୍ ହୋଇଥିଲା ।

Get real time updates directly on you device, subscribe now.