fbpx

କରୋନା ପାଇଁ ସାତପଡ଼ା, ଚିଲିକା ଓ କୋଣାର୍କକୁ ପର୍ଯ୍ୟଟକ ମନା

ପୁରୀ, ୧୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କରୋନା ପାଇଁ ପୁରୀରେ ସାତପଡ଼ା, ଚିଲିକା ଓ କୋଣାର୍କକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ମନା କରାଯାଇଛି । କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଆସନ୍ତାକାଲିଠୁ ପର୍ଯ୍ୟଟକମାନେ ସେହି ସବୁ ସ୍ଥାନକୁ ଯାଇପାରିବେ ନାହିଁ ।
ଅନ୍ୟପଟେ ପୁରୀ ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ଜିଲ୍ଲାପାଳ ବଲୱନ୍ତ ସିଂ ଅପିଲ କରି କହିଛନ୍ତି ଯେ ଅତି ଜରୁରୀ ନଥିଲେ ପୁରୀକୁ ଆସନ୍ତୁ ନାହିଁ । ସର୍ଦ୍ଦି, ଜ୍ୱର ହୋଇଥିଲେ ଆସନ୍ତୁ ନାହିଁ । ଏହାସହ ଭୟଭୀତ ନହୋଇ ସତର୍କ ରହି ପ୍ରଶାସନକୁ ସହଯୋଗ କରିବାକୁ ସେ କହିଛନ୍ତି । ଫେକ୍ ନ୍ୟୁଜକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.