ନୂଆଦିଲ୍ଲୀ: ପୂର୍ବତନ ଇଂଲିଶ କ୍ରିକେଟର କେଭିନ୍ ପିଟରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ମୋଦୀଙ୍କୁ ଅନୁରୋଧ କରିଥିଲେ ପିଟରସନ୍ ଯାହାକି ବେଶ ଭାଇରାଲ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା ପିଟରସନ୍ ଭାରତରେ ନିଜର ପ୍ୟାନ୍ କାର୍ଡ ହଜାଇଛନ୍ତି । ଏହି ପ୍ୟାନ କାର୍ଡ ଖୋଜିଦେବା ପାଇଁ ସମଗ୍ର ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଏହା ସହିତ ଏହି ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।
ଉଭୟ ହିନ୍ଦି ଏବଂ ଇଂରାଜୀ ଭାଷାରେ ପିଟରସନ୍ ଟ୍ୱିଟ୍ କରିଥିଲେ । ଭାରତ ବାସୀ ଆପଣଙ୍କୁ ମୋର ଅନୁରୋଧ ଆପଣ ମୋର ପ୍ୟାନ କାର୍ଡ ଖୋଜି ଦିଅନ୍ତୁ । ଏହା ସହିତ କିଭଳି ଆଉ ଏକ ପ୍ୟାନ କାର୍ଡ ଆପ୍ଲାଇ କରି ପାରିବେ ସେ ନେଇ ମଧ୍ୟ ପିଟରସନ୍ ଲେଖିଛନ୍ତି । ଏହି ଟ୍ୱିଟର ଜବାବ ରଖିଥିଲା ଆୟକର ବିଭାଗ । ନିଜର ପ୍ୟାନକାର୍ଡ ଡିଟେଲ୍ସ ଆପଣ ଆମକୁ ମେସେଜ କଲେ ଆମେ ଏହାକୁ ପ୍ରିଣ୍ଟ କରିପାରିବ । ଚଳିତ ଆଇପିଏଲରେ ପିଟରସନ୍ ଷ୍ଟାର ସ୍ପୋର୍ଟସ ସହିତ ଭାଷ୍ୟକାର ଭାବରେ କାମ କରୁଛନ୍ତି ।
भारत कृपया मदद करें⚠️
मैंने अपना पैन कार्ड खो दिया है और सोम यात्रा कर रहा हूं लेकिन काम के लिए भौतिक कार्ड की जरूरत है।
क्या कोई कृपया मुझे किसी ऐसे व्यक्ति के पास भेज सकता है जिससे मैं अपनी सहायता के लिए यथाशीघ्र संपर्क कर सकूं?
cc @narendramodi ??
— Kevin Pietersen? (@KP24) February 15, 2022