fbpx

ମଧ୍ୟପ୍ରଦେଶ ପରେ ଭାଙ୍ଗିଲା ଗୁଜରାଟ କଂଗ୍ରେସ! ରାଜ୍ୟସଭା ଟିକେଟ୍ ନମିଳିବାରୁ ଇସ୍ତଫା ଦେଲେ ୨ ବିଧାୟକ

ଅହମ୍ମଦାବାଦ,୧୫ ।୩: କଂଗ୍ରେସର ପୂର୍ବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ମଧ୍ୟପ୍ରଦେଶର କମଳନାଥଙ୍କ ସରକାର ସଙ୍କଟ ଦେଇ ଗତି କରୁଛି । ଅନ୍ୟପଟେ ଗୁଜରାଟରୁ ମଧ୍ୟ କେଂଗ୍ରେସ ପାଇଁ ଖରାପ ଖବର ଆସିଛି । ରାଜ୍ୟସଭା ଆସନ ବଣ୍ଟାକୁ ନେଇ କଂଗ୍ରେସର ଦୁଇ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦଳର ସଭାପତିଙ୍କୁ ଭେଟିବା ପରେ ଉଭୟ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଉଭୟ ବିଧାୟକଙ୍କ ଇସ୍ତଫା ଖୁବଶୀଘ୍ର ଘୋଷଣା ହୋଇପାରେ ।

ତେବେ କଂଗ୍ରେସର ବିଧାୟକ ସୋମା ପଟେଲ ଏବଂ ଜେ.ଭି କାକଡିଆ ନିଜ ସମ୍ପଦାୟର ସଦସ୍ୟଙ୍କୁ ରାଜ୍ୟସଭାକୁ ନପଠାଇବା କାରଣରୁ ରାଗି ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.