ବିଦ୍ୟୁତ୍ ବିଲ୍ ହୋଇଯିବ ଅଧାରୁ ବି କମ୍ ! ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଖୁବଶୀଘ୍ର ଖରାଦିନ ଆସିବାକୁ ଯାଉଛି । ଏହି ସମୟରେ ବିଦ୍ୟୁତ୍ କଟିଯିବାର ସମସ୍ୟା ଅଧିକ ଦେଖାଦେଇଥାଏ । ବେଳେବେଳେ ଅତ୍ୟଧିକ ଗରମ ଯୋଗୁଁ ଟ୍ରାନ୍ସଫର୍ମର ଉଡ଼ିଯାଏ ତ କେତେବେଳେ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର ଯୋଗୁଁ ବିଲ୍ ଅଧିକ ଆସିଥାଏ । ଖରାଦିନେ ଫ୍ୟାନ୍, କୁଲର ଓ ଏୟାର କଣ୍ଡିସନ୍ ଅଧିକ ଚାଲିଥାଏ । ବାରମ୍ବାର ବିଦ୍ୟୁତ୍ କଟୁଥିବାରୁ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଆମେ ଇନଭର୍ଟର ଲଗାଇଥାଉ । କିନ୍ତୁ ଏହାର ବି ଏକ ସମାଧାନ ରହିଛି, ଯାହାଫଳରେ ଆପଣ କମ୍ ଟଙ୍କାରେ ଘରକୁ ଆଲୋକିତ କରିପାରିବେ । ଆପଣଙ୍କ ବିଦ୍ୟୁତ୍ ବିଲ୍ ବି ବଞ୍ଚିଯିବ ଓ ଘର ଆଲୋକିତ ହେବ ।

ତେବେ ମାର୍କେଟରେ ଇନଭର୍ଟର ଏଲଇଟି ବଲବ୍ ମିଳୁଛି, ଯାହାକି ନିଜକୁ ଚାର୍ଜ ରହିଥାଏ । ବିଦ୍ୟୁତ୍ ଚାଲିଯିବା ପରେ ବି ଏହା ଜଳିଥାଏ । ଏହା ବିଦ୍ୟୁତ୍ ଯିବାର ପ୍ରାୟ ୬ରୁ ୭ ଘଣ୍ଟା ଜଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଅପସନ୍…

Philips 10W B22 LED Emergency Inverter Bulb
ଅଧିକାଂଶ ଘରେ ୧୦ଡବ୍ଲୁର ବଲବ୍ ବ୍ୟବହାର ହୋଇଥାଏ । କାହିଁକି ନା ଏହା ସୁଟେବଲ ରୁମକୁ ଅଧିକ ଆଲୋକିତ କରିଥାଏ । ଏହା ଜଳିବା ପରେ ସ୍ୱୟଂଚାଳିତ ଭାବେ ଚାର୍ଜ ହୋଇଯାଏ । ଏହି ବଲବ୍ ବିଦ୍ୟୁତ୍ ଯିବାର ୪ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ ଦେଇଥାଏ । ଏହାକୁ ଫ୍ଲିପକାର୍ଟରେ ଆପର ମାତ୍ର ୪୯୯ ଟଙ୍କାରେ କିଣିପାରିବେ ।

Philips 10W B22 LED Emergency Inverter Bulb

Syska 9W Standard B22 Inverter Bulb
ଏହା ବି ବେଷ୍ଟ ଅପସନ୍ । ଯଦି ଆପଣଙ୍କୁ ୯ ଡବ୍ଲୁ ବଲବର ଆବଶ୍ୟକତା ରହିଛି, ତେବେ ଆପଣ ଏହାକୁ କିଣିପାରିବେ । ଏହା ସ୍ୱୟଂଚାଳିତ ଚାଜିଂ ସହିତ ଆସିଥାଏ । ସମ୍ପୂର୍ଣ୍ଣ ଚାର୍ଜ ପରେ ଏହା ୬ ଘଣ୍ଟା ପର୍ଯ୍ୟନ୍ତ ଘରକୁ ଆଲୋକିତ କରିପାରେ । ଏହାକୁ ମାତ୍ର ୩୯୯ ଟଙ୍କାରେ ଫ୍ଲିପକାର୍ଟରୁ କିଣିପାରିବେ ।

Syska 9W Standard B22 Inverter Bulb

HALONIX 12W Round B22 Inverter Bulb
ବଡ଼ ରୁମ ପାଇଁ ୧୨ଡବ୍ଲୁ ବଲବ ବ୍ରାଇଟ୍ ଲାଇଟ୍ ଦେଇଥାଏ । ଲାଇଟ୍ ଯିବାର ୪ ଘଣ୍ଟା ପର୍ଯ୍ୟନ୍ତ ଏହା ବ୍ୟାକଅପ୍ ଦେଇଥାଏ । ଫ୍ଲିପକାର୍ଟରେ ଏହା ମାତ୍ର ୪୧୩ ଟଙ୍କାରେ ଉପଲବ୍ଧ ।

HALONIX 12W Round B22 Inverter Bulb

EVEREADY 9 W Standard B22 Inverter Bulb
ଏହି ବଲବ ୯ଡବ୍ଲୁ ସହିତ ଆସିଥାଏ । ଲାଇଟ୍ ଯିବାର ୪ ଘଣ୍ଟା ପଯ୍ୟନ୍ତ ଏହାର ବ୍ୟାକଅପ୍ ରହିଥାଏ । ଫ୍ଲିପକାର୍ଟରେ ଏହା ୪୦୫ ଟଙ୍କାରେ ମିଳିଯିବ ।

EVEREADY 9 W Standard B22 Inverter Bulb

PHILIPS 8W Standard B22 Inverter Bulb
ଏହା ୪ ଘଣ୍ଟାର ବ୍ୟାକଅପ ସହିତ ଆସିଥାଏ । ଏହାକୁ ଆପଣ ମାତ୍ର ୩୯୯ ଟଙ୍କାରେ ଫ୍ଲିପକାର୍ଟରୁ କିଣିପାରିବେ ।

PHILIPS 8W Standard B22 Inverter Bulb