fbpx

ନକଲି ଶିଖର ଧୱନ କଲେ ଅସଲିଙ୍କୁ ରିପ୍ଲେସ: ଦେଖନ୍ତୁ ଫନି ଭିଡିଓ

ଟିମ ଇଣ୍ଡିଆର ଷ୍ଟାର ପ୍ଲେୟାର ଶିଖର ଧୱନ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ମଜାଳିଆ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏଥର ମଧ୍ୟ ତାଙ୍କର ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏଥିରେ ଏକ ମଜାଳିଆ ଢଙ୍ଗରେ ଡୁପ୍ଲିକେଟ ଶିଖର ଧୱନ କିପରି ଓରିଜିନାଲ ଧବନଙ୍କୁ ରିପ୍ଲେସ କରୁଛନ୍ତି ତାହା ଦେଖିବାକୁ ମିଳିଛି । ଆଉ ଏହା ଦେଖି ଓରିଜିନାଲ ଧୱନବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ପ୍ରକୃତରେ ଏହି ଭିଡିଓକୁ ଧୱନ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏଥିରେ ଧୱନ ତାଙ୍କ ହେୟାରଷ୍ଟାଇଲ ଠିକ୍ କରୁଛନ୍ତି,ସେତିକିବେଳେ ଉପରୁ ଅନ୍ୟ ସ୍ଲାଇଡ ଆସୁଛି ଏବଂ ଏଥିରେ ଡୁପ୍ଲିକେଟ ଧୱନ ଦେଖାଯାଉଛନ୍ତି । ଯିଏ ଦେଖିବାକୁ ଏକଦମ ଧଓ୍ବନଙ୍କ ପରି । ଭିଡିଓରେ ଡୁପ୍ଲିକେଟ ଧୱନଙ୍କ ହେୟାରଷ୍ଟାଇଲ ଏକଦମ ଓରିଜିନାଲ ଧୱନଙ୍କ ଭଳି ଦେଖାଯାଉଛି ଏବଂ ଏକ ଚାହା ଦୋକାନରେ ଛିଡ଼ା ହୋଇଛନ୍ତି ।

ତେବେ ସେ ଯାହା ହେଉନା କାହିଁକି ଏହି ପୋଷ୍ଟକୁ ତାଙ୍କ ଫ୍ୟାନ ବହୁତ ପସନ୍ଦ କରୁଛନ୍ତି ଏବଂ ଏହାର ମଜା ଉଠାଉଛନ୍ତି ।

 

View this post on Instagram

 

A post shared by Shikhar Dhawan (@shikhardofficial)

Get real time updates directly on you device, subscribe now.