fbpx

ଗଧ ଚୋରି ଅଭିଯୋଗରେ କଂଗ୍ରେସ ନେତା ଗିରଫ, ଗଧ ସହିତ ପାଳନ କଲେ କେସିଆରଙ୍କ ଜନ୍ମ ଦିନ

ହାଇଦ୍ରାବାଦ : ଗଧ ଚୋରି ଅଭିଯୋଗରେ ଗିରଫ ହେଲେ ତେଲଙ୍ଗାନା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଭେଙ୍କଟ ବାଲମୁର। ସବୁଠୁ ବଡ କଥା ଫେବୃଆରୀ ୧୭ରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜନ୍ମ ଦିନ ପାଳନ ପାଇଁ ଗଧ ସାମ୍ନାରେ କେକ୍ କାଟିବାକୁ ସେ ଯୋଜନା କରିଥିଲେ। କଂଗ୍ରେସ ଫେବୃଆରୀ ୧୭ରେ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜନ୍ମଦିନ ପାଳନ ପାଇଁ ସମଗ୍ର ରାଜ୍ୟରେ ଗଧ ସାମ୍ନାରେ କେକ୍ କାଟିବାକୁ ଯୋଜନା କରିଥିଲା। ଟିଆରଏସ ନେତାଙ୍କ ଅଭିଯୋଗ ଆଧାରରେ ଭେଙ୍କଟ ବଲମୁରଙ୍କୁ ଗୁରୁବାର ରାତିରେ ହୁଜୁରାବାଦ ସହରରୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଏନଏସୟୁଆଇ ଅଧ୍ୟକ୍ଷ ସାତବାହନ ବିଶ୍ଵ ବିଦ୍ୟାଳୟ ନିକଟରେ ଗଧ ଚେହେରାରେ କେସିଆରଙ୍କ ଫଟୋ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରୁଥିଲେ। ଏହାର ଖବର ମିଳିବା ପରେ କ୍ଷମତାସୀନ ଟିଆରଏସ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ବାଲମୁର କେସିଆରଙ୍କ ଜନ୍ମ ଦିନରେ ଏକ ଗଧ ସହିତ ତାଙ୍କ ଫଟୋ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ, ରାଜ୍ୟ ସରକାର ଛାତ୍ର ଏବଂ ବେରୋଜଗାର ଯୁବକଙ୍କ ଜୀବନ ବରବାଦ କରି ଦେଇଛନ୍ତି। ସବୁ ମିଥ୍ୟା ପ୍ରତିଶ୍ରୁତି ଏବଂ ନକଲି ପ୍ରଚାର। ଏହି ମାମଲାରେ ମୋଟ୍ ଛଅ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବଲମୁର ନିକଟରେ ହୁଜୁରାବାଦ ଉପ ନିର୍ବାଚନ ଲଢିଥିଲେ।

Get real time updates directly on you device, subscribe now.