fbpx

ରାଜଧାନୀରେ ବାଲ୍ୟ ବିବାହ: କନ୍ୟାକୁ ଉଠାଇନେଲା ପୋଲିସ୍, ବର ହେଲା ଶିଶୁପାଳ [Video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବାଲ୍ୟବିବାହ । ତେବେ ନାବାଳିକା କନ୍ୟାକୁ ଉଠାଇ ନେବା ଫଳରେ ଶିଶୁପାଳ ହୋଇ ଫେରିଛି ବର । ରାଜଧାନୀର ଡୁମଡୁମା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଝିଅଟିକୁ ଉଦ୍ଧାର କରାଯାଇ ଏକ ଚାଇଲ୍ଡ ଲାଇନରେ ରଖାଯାଇଛି ।

ନବମ ଶ୍ରେଣୀରେ ପଢୁଥିବା ଝିଅଟିକୁ ବିବାହ କରାଯାଇଥିଲା । ଏନେଇ ପଞ୍ଚଥିଲା ଚାଇଲ୍ଡ ଲାଇନରେ ଅଭିଯୋଗ କରାଯାଇଥିଲା । ପୋଲିସ ପହଞ୍ଚି ବାହାଘର ଭାଙ୍ଗିବା ସହିତ କନ୍ୟାଟିକୁ ଚାଇଲ୍ଡ ଲାଇନ ହସ୍ତାନ୍ତର କରାଯାଇଥିଲା । ବରଟି ଶିଶୁପାଳହୋଇ ଫେରିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରାଯାଇଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.