fbpx

ମଦ ପିଇ ଶୋଇଛନ୍ତି ପୋଲିସ ବାବୁ: ପୋଖରୀରେ ଫିଙ୍ଗାହେଲାଣି ଭୋଟ ବାକ୍ସ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାଜପୁରରେ ଭୋଟ ସମୟରେ ଦୁର୍ବୁତ୍ତ ଭୋଟ ବାକ୍ସକୁ ପାଣିରେ ପକାଇ ଦେଇଥିଲେ । ତେବେ ସେହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଭୋଟ ବାକ୍ସ ପାଣିରେ ଫିଙ୍ଗା ଯାଇଥିବା ବେଳେ ସେହି ସମୟରେ ପୋଲିସ ବାବୁ ଜଣଙ୍କ ମଦ ପିଇ ଗାଡି ଭିତରେ ଶୋଇଥିଲେ । ଏପରିକି ବାବୁଙ୍କୁ ନା ପଚରା ଯିବା ବେଳେ ସେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଘଟଣା ଘଟିଥିଲା । ପୋଲିସ ବାବୁ ଜଣଙ୍କ ଅପରାଧୀ ମାନଙ୍କୁ ଧରିବା ତ ଦୂରର କଥା ନିଜେ ହଲି ମଧ୍ୟ ପାରୁ ନଥିଲେ । ନା ପଚରା ଯିବା ବେଳେ ଉତ୍ୟକ୍ତ ହୋଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ପୋଲିସ ବାବୁଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଏହି ଘଟଣାକୁ ୨୪ ଘଣ୍ଟା ବିତି ସାରିଥିଲେ ହେଁ ଯାଜପୁର ଏସପି କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.