fbpx
BJD SKY
BJD SKY

କରଜରୁ ମୁକୁଳିବା ପାଇଁ ବୋହୂକୁ ବିକିଲେ ଶ୍ୱଶୁର ପକ୍ଷ: ୭ ଲକ୍ଷରେ ହୋଇଥିଲା ଡିଲ୍

BJD

ରାଜସ୍ଥାନର ଆଦିବାସୀ ବହୁଳ ବାଂସବାଡ଼ା ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ କରଜରେ ବୁଡ଼ି ରହିଥିବା ଶ୍ୱଶୁର ଘର ଲୋକେ ବୋହୂକୁ ବିକ୍ରି କରିଛନ୍ତି । ଶ୍ୱଶୁର ଘର ଲୋକ ବୋହୂର ବିନା ଅନୁମତିରେ ତାଙ୍କର ନାତା ବିବାହ କରିବାକୁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେମାନ ତାଙ୍କୁ ମାରପିଟ୍ ମଧ୍ୟ କରିଥିଲେ । ଶେଷରେ ବୋହୂ ପୋଲିସ ଠାରୁ ସାହାଯ୍ୟ ମାଗିଛନ୍ତି । କିନ୍ତୁ ସେଠାରେ ମଧ୍ୟ କୌଣସି ସୁଫଳ ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟଙ୍କ ଆଦେଶ ପରେ ପୋଲିସ ଏବେ ଶ୍ୱଶୁର ପକ୍ଷର ୫ ଜଣକ ବିରୋଧରେ ଯୌତୁକ ନିର୍ଯ୍ୟାତନା ସହ ଅନ୍ୟ ଧାରା ଆଧାରରେ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ମାମଲା ବାଂସବାଡ଼ାର ଖମେରା ପୋଲିସ ଥାନା ଅଞ୍ଚଳରେ ଘଟିଛି । ଥାନାର ସବ ଇନ୍ସପେକ୍ଟର କହିଛନ୍ତି ଯେ ବର୍ତ୍ତମାନ ମହିଳା ଜଣକ ତାଙ୍କ ବାପଘରେ ରହୁଛନ୍ତି । ମହିଳା ତାଙ୍କ ବୟାନରେ କହିଛନ୍ତି ଯେ ପ୍ରାୟ ୭ ବର୍ଷ ତଳେ ତାଙ୍କ ବିବାହ ହୋଇଥିଲା । ବିବାହରେ ତାଙ୍କ ବାପା ଯୌତୁକ ମଧ୍ୟ ଦେଇଥିଲେ । ତାଙ୍କର ଚାରି ବର୍ଷରଗୋଟିଏ ଝିଅ ମଧ୍ୟ ଅଛି । ତାଙ୍କ ସ୍ୱାମୀଙ୍କ ଆମ୍ବ ଗଛରୁ ପଡ଼ି ଗଭୀର ଭାବରେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ସୁବ ସୁନା ଗହଣା ବିକ୍ରି ହୋଇଥିଲା । ଜମି ମଧ୍ୟ ବନ୍ଧା ପକାଇବାକୁ ପଡ଼ିଥିଲା । ପରିବାର ସଂପୂର୍ଣ୍ଣ ଭାବରେ କରଜରେ ବୁଡ଼ି ଯାଇଥଲେ । ତେଣୁ କରଜରୁ ମୁକୁଳିବା ପାଇଁ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କର ନାତା ବିବାହ କରିବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ସେମାନେ ୭ ଲକ୍ଷ ଟଙକ୍ାରେ ବିକ୍ରି ପାଇଁ ଡିଲ୍ କରିଥିଲେ । ଆଉ ମନାକରିବାରୁ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଏହାପରେ ସେ ବାପ ଘରକୁ ଚାଲି ଆସିଥିଲେ । ପରେ ଏହି ମାମଲାକୁ ନେଇ ଥାନାରେ ଉଭୟ ପକ୍ଷ ମଧ୍ୟରେ ବୁଝସୁଝା କରିବାକୁ ପ୍ରୟାସ କରଯାଇଥିଲା । ସେ ଅଭିଯୋଗ କରିଛନ୍ତି ଯେ ପୋଲିସ କୌଣସି କଥା ଶୁଣିନାହିଁ । ଅଭିଯୋଗ ପରେ ମଧ୍ୟ ଶ୍ୱଶୁର ଘର ଲୋକ ବାପଘରକୁ ଆସି ମାରପିଟ୍ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.