fbpx
BJD SKY
BJD SKY

(Video) ପଶ୍ଚିମବଙ୍ଗରେ ଟିଏମସି ପୋଷ୍ଟରକୁ ନେଇ ବିବାଦ: ମମତା ହେଲେ ଦୁର୍ଗା ମୋଦି ମହିଷାସୁର

BJD

ଟିଏମସିର ରୋମାଞ୍ଚକର ପୋଷ୍ଟର… ମମତା ହେଲେ ଦୁର୍ଗା ମୋଦି ମହିଷାସୁର… ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାରେ ଟିମଏମସିର ଏକ ପୋଷ୍ଟରକୁ ନେଇ ସୃଷ୍ଟି ହୋଇଛି ଝଡ଼ । କାରଣ ଏଥିରେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦୁର୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହିଷାସୁର ଭାବେ ଦର୍ଶାଯାଇଛି । ଆଉ ଭାଜପା ଏହାକୁ ପ୍ରଧାନମନ୍ତ୍ରୀ ଓ ସନାତନ ଧର୍ମ ପ୍ରତି ଅପମାନ କହି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି ।

ଫେବୃଆରୀ ୨୭ରେ ପଶ୍ଚିମବଙ୍ଗର ୧୦୮ ଟି ପୌର ପରିଷଦରେ ନିର୍ବାଚନ ହେବ । ମେଦିନୀପୁର ଜିଲ୍ଲାର ୱାର୍ଡ ନମ୍ବର ୧ରୁ ଟିଏମସିର ଅନିମା ଶାହ ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପୋଷ୍ଟରରେ ମମତା ବନାର୍ଜୀଙ୍କୁ ପୌରାଣିକ ଚରିତ୍ର ଦେବୀ ଦୁର୍ଗା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ମହିଷାସୁର ଭାବେ ଦର୍ଶାଯାଇଛି  । ସେହିପରି ବିରୋଧୀ ଦଳଗୁଡିକୁ ଛେଳି ରୂପେ ଚିତ୍ରିତ କରାଯାଇଛି  । ଛେଳିଙ୍କ ନିକଟରେ ମେସେଜ୍ ରହିଛି , ଅନ୍ୟ କେହି ଜିତିଲେ ସେମାନଙ୍କୁ ବଳି ଦିଆଯିବ । ସ୍ଥାନୀୟ ଭାଜପା ନେତା ବିପୁଲ ଆଚାର୍ଯ୍ୟ ଏହାର କଡା ନିନ୍ଦା କରିବା ସହ ନିର୍ବାଚନ କମିଶଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି  । ତେବେ ଅନିମା କହିଛନ୍ତି କିଏ ସେହି ପୋଷ୍ଟର ଲଗାଇଛନ୍ତି ତାଙ୍କୁ ଜଣାନାହିଁ  । ଏଭଳି ପୋଷ୍ଟରକୁ ସେ ଅନୁମତି ଦିଅନ୍ତି ନାହିଁ ।

Get real time updates directly on you device, subscribe now.