fbpx

୧୨ଟା ସୁଦ୍ଧା ୪୫% ମତଦାନ, ପୋଲିସକୁ ହୋଇଛି ଟେକାପଥର ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଉଦ୍ଧ୍ୱର୍ ମତଦାନ ହୋଇଛି । ଗୋଟିଏ ଜିଲ୍ଲାକୁ ଛାଡ଼ି ସବୁ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି । ଏନେଇ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ତେବେ ଯାଜପୁର ବୁଥ୍ ଆଗରେ ପୋଲିସ ଉପରକୁ ଟେକାପଥର ମାଡ଼ ହୋଇଛି । ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ବିଞ୍ଝାରପୁର ବ୍ଳକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ ଆଗରେ ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ବଢ଼ିଛି । ଉପସ୍ଥିତ ପୋଲିସ ଅଟକାଇବାରୁ ତାଙ୍କ ଉପରକୁ ଟେକା ପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।

Get real time updates directly on you device, subscribe now.