fbpx

ବିଦ୍ୟୁତ ବିଭାଗରେ ବଡ ନିଯୁକ୍ତି: ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ କିପରି ପାଇବେ ଚାକିରି?

ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ ଉତ୍ପାଦନ ନିଗମ ଲିମିଟେଡ ସଂସ୍ଥା ପକ୍ଷରୁ ଆସିଛି ବିଜ୍ଞପ୍ତି । ବିଭିନ୍ନ ପଦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଛି (UPRVUNL) । ଜୁନିୟର ଇଞ୍ଜିନିୟର(୮୨), ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ(୨୧), କେମିଷ୍ଟ ଗ୍ରେଡ II (୧୪) ଏବଂ ଲ୍ୟାବ ଆସିଷ୍ଟାଣ୍ଟ ପଦ ପାଇଁ ୧୭ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ୨୧ ଫେବୃୟାରୀରୁ ମାର୍ଚ୍ଚ ୨୧ ମଧ୍ୟରେ ଆବେଦନ କରିପାରିବେ ।

ଜୁନିୟର ଇଞ୍ଜିନିୟର କିମ୍ବା ଲ୍ୟାବ ଆସିଷ୍ଟାଣ୍ଟ ପାଇଁ ପ୍ରାର୍ଥୀମାନଙ୍କ ବୟସସୀମା ୧୮-୪୦ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି କେମିଷ୍ଟ ଏବଂ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ପାଇଁ ଆବେଦନକାରୀଙ୍କ ବୟସ ୨୧-୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଲିଖିତ ପରୀକ୍ଷା ପରେ ମେରିଟ ଆଧାରରେ ଏମାନଙ୍କର ଚୟନ କରାଯିବ ।

Get real time updates directly on you device, subscribe now.