fbpx

ଏହି ପାର୍କକୁ ଯିବାକୁ ହେଲେ କାଢ଼ିବାକୁ ପଡ଼େ ସବୁ ପୋଷାକ, ନ୍ୟୁଡ୍ ହୋଇ ବୁଲନ୍ତି ଲୋକେ; ଜାଣନ୍ତୁ କେଉଁଠାରେ ଅଛି ଏହି ସ୍ଥାନ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସକାଳେ ରନିଂ କିମ୍ବା ଜଗିଂ କରିବା ପାଇଁ ଓ ଫାଙ୍କା ସମୟରେ ନିରଳାରେ ବସିବା ପାଇଁ ପାର୍କ ଆଦିକୁ ଯାଇଥାନ୍ତି । ସେହିପରି ଛୋଟ ପିଲାମାନେ ଖେଳିବାକୁ ପାର୍କକୁ ଯାଇଥାନ୍ତି । ଜଗିଂ କିମ୍ବା ରନିଂ ପାଇଁ ଯିବାକୁ ଥିଲେ ସାଧାରଣତଃ ସ୍ପୋର୍ଟସ୍ ଟ୍ରାକ୍ ଶୁଟ୍ ପିନ୍ଧିଥାନ୍ତି । ତେବେ ପାର୍କକୁ ଯିବାକୁ ହେଲେ କୌଣସି ଖାସ୍ ପୋଷାକ ପିନ୍ଧିବାକୁ ପଡ଼ିବ, ସେହିଭଳି କିଛି ନିୟମ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପାର୍କ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏଣ୍ଟ୍ରି କରିବାକୁ ହେଲେ ଶରୀରର ସବୁ ପୋଷାଖ ଖୋଲି ଯିବାକୁ ପଡ଼ିବ । କୌଣସି ମହିଳା କିମ୍ବା ପୁରୁଷ ଏଠାକୁ କପଡ଼ା ସହିତ ଯାଇପାରିବେ ନାହିଁ ।

ସିଏନଏନର ଏକ ରିପୋର୍ଟ ଅନୁସାରେ, ଏହି ପାର୍କକୁ ନ୍ୟୁଡ୍ ହୋଇ ଯିବାକୁ ପଡ଼େ । ଆଉ ନ୍ୟୁଡ୍ ହୋଇ ବୁଲିଲେ କେହି ବି ଆପଣଙ୍କୁ ରୋକିବେ ନାହିଁ । ଏହି ପାର୍କ ପ୍ୟାରିସ୍ ରେ ରହିଛି । ପ୍ୟାରିସ୍ ର ଏକ ପବ୍ଲିକ୍ ପାର୍କ ରହିଛି । ଏହି ପବ୍ଲିକ୍ ପାର୍କ ଟି ହେଉଛି “ବୋଇସ୍ ଦ ଭିସେନ୍ସ” । ଏହାର ଏକ ଅଂଶକୁ ନ୍ୟୁଡ୍ ଜୋନ୍ କରାଯାଇଛି । ଏହି ପାର୍କକୁ ଖାସ୍ କରି ନ୍ୟୁଡ୍ ରହିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୋଲା ଯାଇଛି । ଏଠାରେ ଲୋକମାନେ ନିଜ ମନଖୁସି ଅନୁସାରେ ବିହାର କରିପାରିବେ ।

ଏଠାରେ ଆପଣ ଜଣେ ମୁକ୍ତକାଶର ବିହଙ୍ଗ ପରି ବୁଲିପାରିବେ । ଯାହାଦ୍ୱାରା ଆପଣ ନିଜକୁ ସ୍ୱାଧୀନ ଅନୁଭବ କରିପାରିବେ । ଏହି ପାର୍କି ଟି ସବୁଠୁ ଖାସ୍ । କାରଣ ଏଠାରେ ସୁରକ୍ଷା ବ୍ୟବସ୍ଥା ବି କରାଯାଇଛି । ଯଦି କୌଣସି ଖରାପ କାମ ହେବା ଦ୍ୱାରା ଏଠାରେ କଠୋର ଦଣ୍ଡ ମିଳିଥାଏ । ଅଧିକାରୀଙ୍କ କହିବା କଥା ଯେ, ଏହି ପାର୍କ ନ୍ୟୁଡିଟି ଜୋନ୍ ପାର୍କ ଓ ଏହା ଏକ ଫୁଟବଲ୍ ଗ୍ରାଉଣ୍ଡ୍ ପରି ବଡ଼ । ଏଠାରେ ବୁଲିବାକୁ ଯାଉଥିବା ଲୋକଙ୍କର କୌଣସି ଅସୁବିଧା ହୁଏ ନାହିଁ । ଏଠାକୁ ଆସିବା ପାଇଁ ସମୟ ସ୍ଥିର କରାଯାଇଛି ।

Get real time updates directly on you device, subscribe now.