fbpx

ଅଖିଳେଶଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କହିଲେ ସପା ସରକାରରେ ବିଜୁଳିରେ ହେଉଥିଲା ଭେଦଭାବ

ଲକ୍ଷ୍ନୌ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟୀକୁ ଟାର୍ଗେଟ କରିଛନ୍ତି । ୨୩ ଫେବୃଆରୀରେ ୟୁପି ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ହରଦୋଇର ବିଲଗ୍ରାମ ମଲ୍ଲାୱାଂ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଶିଷ ସିଂହ ଆଶୁଙ୍କ ସମର୍ଥନରେ ଜନସଭା କରିଥିଲେ । ଆଉ ଏହି ଜନସଭାରେ ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି ଯୋଗୀ, ସେ କହିଛନ୍ତି ପୂର୍ବରୁ ବିଜୁଳିର ମଧ୍ୟ ଜାତି ଧର୍ମ ରହିଥିଲା । ଇଦ୍ ମହରମ ଥିଲେ ବିଜୁଳି ଆସୁଥିଲା କିନ୍ତୁ ହୋଲି-ଦିପାବଳୀରେ ଆସୁନଥିଲା । ଆଜି ଏଭଳି ଭେଦଭାବ କରାଯାଉନାହିଁ । ଏବେ ହୋଲି ହେଉ କି ଦିପାବଳୀ କିମ୍ବା ଇଦ୍ ହେଉକି ମହରମ କିମ୍ବା କ୍ରିଷ୍ଟମାସ କି’ ଶିବରାତ୍ରୀ ସମସ୍ତଙ୍କୁ ବିଜୁଳି ଦେବା କାର୍ଯ୍ୟ ଡବଲ ଇଞ୍ଜିନ ସରକାର କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଏବେ ସରକାରୀ ଯୋଜନା ପ୍ରତି ଘରେ ପହଞ୍ଚିପାରୁଛି ।

ଯୋଗୀ କହିଛନ୍ତି ହରଦୋଇରେ ୭ ହଜାର ପରିବାରକୁ ସରକାରୀ ଘର ମିଳିଛି । ଡବଲ ଇଞ୍ଜିନ ସରକାର ୟୁପିରେ ବିକାଶ ଦେଖିବାକୁ ମିଳିଛି । ସେ ଆହୁରି କହିଛନ୍ତି ନିରୀହ ଲୋକଙ୍କୁ ଆତଙ୍କୀ ଘଟଣାର ଶିକାର କରାଉଥିବା ସାଇକେଲକୁ ପଞ୍ଚର କରିଦେବା ଦରକାର ।

ସପାକୁ ଟାର୍ଗେଟ କରି କହିଛନ୍ତି ଯେ ସପା ସରକାରରେ ଥିବା ସମୟରେ ରାମ ଜନ୍ମଭୂମି ଭଳି ଅନେକ ସ୍ଥାନରେ ଆତଙ୍କୀ ହମଲା କରିଥିବା ଆତଙ୍କୀ ଏବଂ ଗୋରଖପୁର ଏବଂ ବିଜନୋରରେ ସରିଜ୍ ବୋମା ବିସ୍ଫୋରଣ କରିଥିବା ମକଦ୍ଧମାକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେ ନାଁ ନନେଇ ଯୋଗୀ କହିଛନ୍ତି ଯେ ସପାର ସମର୍ଥନ ଅର୍ଥାତ ଆତଙ୍କବାଦ ଏବଂ ମାଫିଆଙ୍କ ସମର୍ଥନ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ସପା ମୁଖିଆ ଜନତାଙ୍କୁ କ୍ଷମା ମାଗିବା ଦରକାର ।

Get real time updates directly on you device, subscribe now.