fbpx

ପଞ୍ଚାୟତ ନିର୍ବାଚନ ୨୦୨୨: ବୁଧବାର ୪୫ଟି ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ । ଆଜି ମଙ୍ଗଳବା ସରିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହାପରେ ଫେବୃଆରୀ ୨୪ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ।

ଏହାରି ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣରେ ବାଧା ସୃଷ୍ଟି ହୋଇଥିବା ସ୍ଥାନରେ ବୁଧବାର ପୁନଃ ନିର୍ବାଚନ ହେବାକୁ ଯାଉଛି । ୪୫ ଟି ସ୍ଥାନରେ ପୁନଃ ମତଦାନ ହେବ । ସକାଳ ୯ଟାରୁ ଅପରାହ୍ନ ୩ ଟା ଯାଏଁ ହେବ ଭୋଟଗ୍ରହଣ । ରାଜ୍ୟର ୯ ଜିଲ୍ଲା ମଧ୍ୟରୁ ଯାଜପୁରରେ ସର୍ବାଧିକ ୨୧ଟି ସ୍ଥାନରେ ହେବ ସାନି ଭୋଟ ହେବାକୁ ଥବାବେଳେ, ଭଦ୍ରକର ୬ଟି, ପୁରୀର ୫ଟି, ଢ଼େଙ୍କାନାଳରେ ୪ଟି, ଜଗତସିଂହପୁରର ୩ଟି, ମୟୂରଭଞ୍ଜରେ ୩ଟି ଏବଂ ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ଜାଗାରେ ହେବ ସାନି ମତଦାନ ।

Get real time updates directly on you device, subscribe now.