fbpx

ପୁଣି ବାଇକ ଚୋର ସକ୍ରିୟ, ଦୁଇଟି ଗାଡି ଚୋରିର ଦୃଶ୍ୟ କଏଦ ହେଲା ସିସିଟିଭିରେ

ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ବଢିବାରେ ଲାଗିଛି ବାଇକ୍ ଚୋରି ଘଟଣା । ଜିଲ୍ଲାରେ ପ୍ରତେକ ସପ୍ତାହରେ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ଠାବ କରୁଥିବା ବେଳେ ଏହାକୁ ରୋକିବା ନେଇ ପୋଲିସ୍ ସବୁବେଳେ ତତ୍ପର ରହୁଥିବା ଦେଖିବାକୁ ମିଳିଛି । କିନ୍ତୁ ଗତ କିଛି ମାସ ମଧ୍ୟରେ ବାଇକ୍ ଚୋରି ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି । ଏହିପରି ଏକ ବାଇକ୍ ଚୋରି ଘଟଣା ମାଲକାନାଗିରି ସଦର ସ୍ଥିତ ଶ୍ରୀରାମ ଫାଇନାସ୍ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ।

ଗତକାଲି ରାତିରେ ଅଫିସ ସମ୍ମୁଖରେ ରଖିଥିବା ୨ ଟି ବାଇକ୍ କୁ ୨ ଯୁବକ ଚୋରିକରି ନେଉଥିବା ସିସି ଟିଭି କେମେରାରେ ଦେଖିବାକୁ ମିଳିଛି । ବାଇକ୍ ମାଲିକଙ୍କ କହିବା ଅନୁଯାୟୀ ଗତକାଲି ରାତିରେ କାମ ସାରି ଅଫିସ୍ ସମ୍ମୁଖରେ ବାଇକ୍ ରଖି ସେମାନେ ଶୋଇପଡ଼ିଥିଲେ ଏବଂ ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ବାଇକ୍ ଗୁଡ଼ିକ ସେହି ସ୍ଥାନରେ ନଥିଲା ଯାହାପରେ ସେମାନେ ସଙ୍ଗେ ସଙ୍ଗେ ସିସିଟିଭି ଟିଭି ଯାଞ୍ଚ୍ କରିଥିଲେ, ଯାଞ୍ଚ୍ କରିବା ପରେ ଦୁଇ ଜଣ ଯୁବକ ବାଇକ୍ ନେଉଥିବା ଦେଖିବାକୁ ମିଳିଥିଲା । ପ୍ରଥମ ବାଇକ୍ ମାନଵ୍ ନନ୍ଦୀ(୨୪) ନାମକ ଜଣେ ଯୁବକଙ୍କ ବଜାଜ୍ ପଲସର୍ ଏନ୍ଏସ୍ ୨୦୦ , ଏବଂ ଅନ୍ୟ ଜଣେ ବ୍ୟକ୍ତି ସୁଶାନ୍ତ ବେହେରାଙ୍କ ବଜାଜ୍ ପଲସର୍ ୧୫୦ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ନେଇ ଥାନାରେ ଏକ ଚୋରି ମାମଲା ରୁଜୁ କରାଯାଇଥିବା ବେଳେ , ବାଇକ୍ ଜବତ କରିବା ନେଇ ତନାଘନା ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.