fbpx

ୟୁକ୍ରେନ-ଋଷ ବିବାଦ: ଋଷ ଉପରେ ବ୍ରିଟେନର ଆକ୍ସନ, ବ୍ୟାଙ୍କ ଏବଂ ଧନୀ ବ୍ୟକ୍ତିଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଉଭୟ ଦେଶରେ ମଧ୍ୟରେ ସମାଧାନ ବଦଳରେ ମାମଲା ଆହୁରି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ପୂର୍ବ ୟୁକ୍ରେନର ଦୁଇ ସହରର ଲୁହାନ୍ସ୍କ ଏବଂ ଡୋନେଟସ୍କକୁ ସ୍ୱାଧୀନ ଦେଶ ବୋଲି ଘୋଷଣା କରିଛନ୍ତିି । ଯାହାକୁ ନେଇ ବିଶ୍ୱ ସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଉ ଏହାରି ମଧ୍ୟରେ ବ୍ରିଟେନ ନେଇଛି ବଡ଼ ନିଷ୍ପତ୍ତି, ଋଷର ୫ ବ୍ୟାଙ୍କ ଏବଂ ୩ ଧନୀ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ବ୍ରିଟେନ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମକୁ ପୁତିନଙ୍କ ଆଗାମୀ ପଦକ୍ଷେପ ପାଇଁ ପ୍ରସ୍ତତ ରହିବାକୁ ହେବ । କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଯୁଦ୍ଧ ହେବ ତେବେ ବ୍ରିଟେନର ୪୪ ମିଲିୟନ ପୁରୁଷ ମହିଳା ଏବଂ ପିଲାଙ୍କ ଲକ୍ଷ୍ୟ ଯୁଦ୍ଧ ଲଢ଼ିବା ହେବ ।

ବ୍ରିଟେନ ରକ୍ଷା ସଚିବ ବେନ ୱାଲେସ ଋଷ ସେନାକୁ ଚେତାବନୀ ଦେଇଛନ୍ତି ଯେ ଯଦି ଋଷ ସୈନିକ ପ୍ରତିକ୍ରିୟାଶୀଳ ହୁଅନ୍ତି ତେବେ ଏହାର ଗମ୍ଭୀର ପରିଣାମ ହେବ । ସେ କହିଛନ୍ତି ଋଷ ୟୁକ୍ରେନରେ ସେନାକୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଦେଇଛି । ୱାଲେସ ଇଂଲଣ୍ଡର ଲୀସେଷ୍ଟରଶାୟର ରେ ମଙ୍ଗଳବାର ବାଲ୍ଟିକ ଏବଂ ଉତ୍ତର ଆଣ୍ଟଲାଣ୍ଟିକ ରାଜ୍ୟର ରକ୍ଷା ମନ୍ତ୍ରୀଙ୍କ ସହହୋଇଥିବା ବୈଠକରେ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯଦି ଯୁଦ୍ଧ ପରିସ୍ଥିତି ହୁଏ, ତେବେ ଋଷ ସେନାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

Get real time updates directly on you device, subscribe now.