ବରଫ ଝଡ଼ ମଧ୍ୟରେ ଫସିରହିଲେ ଯୁବକ । ବଞ୍ଚିବାର ଏକମାତ୍ର ସାହାରା ଥିଲା ଚଢ଼ିବା ବ୍ୟବହାର ହେଉଥିବା ହୁକ୍ । ଆଉ ଅନେକ ପ୍ରୟସେ କରି ଶେଷରେ ବଞ୍ଚିବାରେ ହୋଇଥିଲେ ସକ୍ଷମ ।
ଏହି ଘଟଣାଟି ହେଉଛି ଆମେରିକାର କୋଲୋରାଡୋର । ଯେଉଁଠାରେ ଲେଲାଣ୍ଡ ନିସ୍କି ନାମକ ଜଣେ ପର୍ବତାରୋହୀ ରିବନ ଔରେ ନାମକ ବରଫାବୃତ ପାହାଡ଼ ଚଢ଼ିବାକୁ ଚେଷ୍ଟା କରୁଥିଲେ । ତେବେ ସେ ପାହାଡ଼ ଚଢ଼ିବା ସମୟରେ କିଛି ଏମିତି ଘଟିଥିଲା ଯାହାକୁ ଦେଖିଲେ ଆପଣ ଶିହରି ଉଠିବେ ।
ପ୍ରକୃତରେ ଯେତେବେଳେ ସେ ପାହାଡ଼ର ଏକ ତୀକ୍ଷ୍ଣ ଚଟାଣ ଦେଇ ଚଢ଼ିବାକୁ ଚେଷ୍ଟା କରୁଥିଲେ ହଠାତ୍ ସେତେବେଳେ ହଠାତ ଆଭାଲାଞ୍ଚ (ବରଫ ଝଡ଼) ହୋଇଥିଲା । ଆଉ କିଛି ବୁଝିବା ଆଗରୁ ଫସିଯାଇଥିଲେ ସେ ସେହି ବରଫ ଝଡ଼ ମଧ୍ୟରେ । ଆଉ ଜୀବନ ବଞ୍ଚାଇବା ପାଇଁ ଜୋର କରି ଧରିରହିଥିଲେ ଚଢ଼ିବା ପାଇଁ ବ୍ୟବହାର ହେଉଥିବା ହୁକ୍ ଫଳରେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ନିସ୍କି । ଦେଖନ୍ତୁ ଭିଡିଓ….