ମହା ଶିବରାତ୍ରି ଗାଇଡ ଲାଇନ ଜାରି କଲା BMC : କେବଳ ଦର୍ଶନ, ବନ୍ଦ ରହିବ ପୂଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାର୍ଚ୍ଚ ୧ ତାରିଖରେ ପାଳିତ ହେବ ମହା ଶିବରାତ୍ରି । ମହା ଶିବରାତ୍ରି ପାଳନ ପୂର୍ବରୁ କରୋନାକୁ ଦୃଷ୍ଟିରେ ରଖି ଗାଇଡ ଲାଇନ୍ସ ପ୍ରସ୍ତୁତ କରିଛି ଭୁବନେଶ୍ୱର ମହାନଗର ନିଗମ । ସାଧାରଣ ଦର୍ଶନକୁ ଅନୁମତି ଦିଆଯାଇଥିବା ବେଳେ ପୂଜାକୁ ବାରଣ କରାଯାଇଛି । କୋଭିଡ କଟକଣା ମାନି ସମସ୍ତ ସେବାୟତ ଶିବରାତ୍ରିରେ ଅଂଶଗ୍ରହଣ କରିବେ । ସାଧାରଣ ଦର୍ଶନକୁ ଅନୁମତି ମିଳିଥିବା ବେଳେ ସଂହଦ୍ୱାରରୁ ଆଡକାଠ ମଧ୍ୟରେ ଦର୍ଶନ କରାଯିବ ।

ସାହାଣ ମେଳା ଓ ଗର୍ଭଗୃହ ଦର୍ଶନକୁ ବାରଣ କରାଯାଇଛି । କୋଭିଡ ଲକ୍ଷଣ ରହିଥିଲେ ମନ୍ଦିର ମଧ୍ୟରେ ପ୍ରବେଶର ଅନୁମତି ଦିଆଯିବ ନାହିଁ । ସେହିପରି ୧୨ ବର୍ଷରୁ କମ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ମନ୍ଦିର ପ୍ରବୋ ଉପରେ କଟକଣା ଜାରି କରାଯାଇଛି ।