ଦିଲ୍ଲୀ ମୁଣ୍ଡରେ ମୁକୁଟ: ପାଟନା ପାଇରେଟ୍ସକୁ ହରାଇ ପ୍ରୋ କବାଡି ଚମ୍ପିଆନ ହେଲା ଦବଙ୍ଗ ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରୋ କବାଡି ଲିଗ୍ ର ଚମ୍ପିଆନ ମୁକୁଟ ପିନ୍ଧିଛି ଦବଙ୍ଗ ଦିଲ୍ଲୀ । ବେଙ୍ଗଲୁରୁରେ ଖେଳାଯାଇଥିବା ପ୍ରୋ କବାଡିି ଲିଗର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦବଙ୍ଗ ଦିଲ୍ଲୀ ଏବଂ ପାଟନା ପାଇରେଟ୍ସ । ପ୍ରଥମ ହାଫ ପର୍ଯ୍ୟନ୍ତ ଦିଲ୍ଲୀକୁ ପଛରେ ପକାଇଥିବା ପାଟନା କିନ୍ତୁ ଦ୍ୱିତୀୟ ସେଶନରେ ଫେଲ ମାରିଥିଲା । ଶେଷରେ ଦିଲ୍ଲୀ ଏହି ବାଜିକୁ ନିଜ ନାଁରେ କରି ମାତ୍ର ଗୋଟିଏ ପଏଣ୍ଟରେ ବିଜୟ ହାସଲ କରିଛି ।

କବାଡି ଲିଗର ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଛି ଏକ କଡା ମୁକାବିଲା । ଚତୁର୍ଥ ଥର ପାଇଁ ପାଇନାଲ ଖେଳୁଥିବା ପାଟନା ଗୋଟିଏ ପଏଣ୍ଟ ପାଇଁ ଟ୍ରଫି ହରାଇବାକୁ ପଡିଛି । ପ୍ରଥମାର୍ଦ୍ଧରେ ପାଟନା ଦିଲ୍ଲୀଠାରୁ ଦୁଇ ଅଙ୍କରେ ଲିଡ କରୁଥିବା ବେଳେ ଦ୍ୱିତୀୟାର୍ଦ୍ଦରେ ଜବରଦସ୍ତ କମବ୍ୟାକ କରିଛି ଦବଙ୍ଗ ଦିଲ୍ଲୀ । ପ୍ରଥମାର୍ଦ୍ଧରେ ୧୭-୧୫ରେ ଲିଡ କରୁଥିବା ପଛୁଆ ଥିବା ଦିଲ୍ଲୀ ଦ୍ୱିତୀୟାର୍ଦ୍ଧରେ ବାଜି ମାରିନେଇଛି । ଦ୍ୱିତୀୟ ହାଫରେ କିଛି ସମୟ ପର୍ଯ୍ୟନ୍ତ ପାଟନା ଆଗରେ ରହିଥିଲା । କିନ୍ତୁ ମ୍ୟାଚରେ ଟର୍ଣ୍ଣିଙ୍ଗ ପଏଣ୍ଟ ଆଣିଥଲା ଶେଷ ୭ ମିନିଟ ଖେଳ । ଶେଷ ୭ ମିନିଟ ପୂର୍ବରୁ ୨ ଅଙ୍କରେ ଲିଡ କରୁଥିବା ବେଳେ ଚାହୁଁ ଚାହୁଁ ଏହାକୁ ୪ ଅଙ୍କର ଲିଡ କରିଥିଲା ଦିଲ୍ଲୀ । ତେବେ ବିଜୟ ଆଶା ନ ଛାଡି ଲଢିଥିଲେ ପାଟନା ପାଇରଟ୍ସର ସମସ୍ତ ଖେଳାଳି । କିନ୍ତୁ ଶେଷରେ ଦିଲ୍ଳୀ ଏହି ମ୍ୟାଚରେ ୧(୩୭-୩୬) ପଏଣ୍ଟ ସହ ବିଜୟୀ ହୋଇଛି । ଏଥିସହ ଚଳିତ ର୍ବେର ଚମ୍ପିଆନ ମୁକୁଟ ମଧ୍ୟ ନିଜ ନାମରେ କରିଛି ଦବଙ୍ଗ ଦିଲ୍ଲୀ ।

ଏହି ମ୍ୟାଚରେ ଦିଲ୍ଲୀ ତରଫରୁ ଅଲରାଉଣ୍ଡର ବିଜୟ କୁମାର ସର୍ବାଧିକ ୧୪ ଅଙ୍କ ହାସିଲ କରିଛନ୍ତି । ତାଙ୍କ ବ୍ୟତୀତ ୧୩ ପଏଣ୍ଟ ହାସଲ କରିଛନ୍ତି ରେଡର ନବୀନ କୁମାର । ଚଳିତ ସିଜନରେ ୨୦୦ ପଏଣ୍ଟ ହାସଲ କରିଛନ୍ତି ଦିଲ୍ଲୀର ଏହି ଦବଙ୍ଗ ଷ୍ଟାର ନବୀନ । ସେପଟେ ପାଟନା ପକ୍ଷରୁ ରେଡର ସଚିନ ୧୦ ଏବଂ ଗୁମାନ ସିଂହ ୯ ବଏଣ୍ଟ ହାସିଲ କରିଛନ୍ତି ।