fbpx
BSKY
BJD MC SKY
BJD YOUTH SKY

ଚେରିନବଏଲ ଆଣବିକ ରିଆକ୍ଟର ଅଧିକାର କଲା ଋଷ: ବିକିରଣ ବଢ଼ିଥିବା ନେଇ ୟୁକ୍ରେନର ଅଭିଯୋଗ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦ୍ଵିତୀୟ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ବନ୍ଦ ପଡ଼ିଥିବା ଚେରିନବଏଲ ଆଣବିକ ରିଆକ୍ଟରକୁ ଅଧିକାର କରି ନେଇଛି ଋଷ। ଆଣବିକ ରିଆକ୍ଟର ଅଧିକାର କରିବା ପରେ ଉକ୍ତ ଅଂଚଳରେ ଆଣବିକ ବିକିରଣ ବଢ଼ିଥିବା ନେଇ ୟୁକ୍ରେନର ଆଣବିକ ନିୟାମକ ସଂସ୍ଥା ପକ୍ଷରୁ କୁହାଯାଇଛି। ବିଭିନ୍ନ ଯୁଦ୍ଧାସ୍ତ୍ର ପ୍ରୟୋଗ କାରଣରୁ ଉକ୍ତ ଅଂଚଳରେ ଆଣବିକ ବିକିରଣ ବଢ଼ିଥିବା ଅନୁମାନ କରାଯାଉଛି। ଗୁରୁବାର ଭୟାନକ ଲଢେ଼ଇ ପରେ ଋଷ ଏହି ଆଣବିକ ରିଆକ୍ଟର ନିଜ ଅକ୍ତିଆରକୁ ନେଇଥିଲା।

ତେବେ ଆଣବିକ ବିକିରଣ ଅଭିଯୋଗକୁ ଋଷିଆ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଇଗୋର୍ କୋନାସେଙ୍କୋଭ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଚେରିନବଏଲ ଆଣବିକ ରିଆକ୍ଟରକୁ ଯେମିତି ସାମାନ୍ୟ କ୍ଷତି ନ ପହଞ୍ଚେ ତାହାର ଧ୍ୟାନ ଋଷୀୟ ଏୟାର ଫୋର୍ସ ରଖିଥିବା ସେ କହିଛନ୍ତି। କୌଣସି ଅଘଟଣକୁ ପ୍ରତିହତ କରିବା ପାଇଁ ଋଷ ସେନା ଉପସ୍ଥିତ ଅଛନ୍ତି। ଏହା ସହିତ ଏଠାରେ ବିକିରଣ ସ୍ତର ସାମାନ୍ୟ ରହିଛି। ୧୯୮୬ ପରଠୁ ଏହି ସାଇଟରେ କୌଣସି ମୁତ୍ୟୁ ହୋଇ ନାହିଁ। କିଭ ଠାରୁ ୮୦ ମାଇଲ ବା ୧୩୦ କିମି ଦୂରରେ ରହିଥିବା ଏହି ଚେରିନବଏଲ ଆଣବିକ ରିଆକ୍ଟରରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ସମଗ୍ର ୟୁରୋପକୁ ବିକିରଣର ବାଦଲରେ ପରିଣତ କରିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସୁରକ୍ଷିତ ରଖା ଯାଇଥିଲା।

ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ପକ୍ଷରୁ ଏହି ଘଟଣା ଉପରେ ନଜର ରଖିଥିବା କହିଛି। ୟୁକ୍ରେନ ବାବଦରେ କୋର୍ଟ ଧ୍ୟାନ ରଖଥିବା ନେ଼ଇ ପ୍ରକାଶ କରିଛନ୍ତି। ୟୁକ୍ରେନ ଓ ଋଷିଆ ଆନ୍ତର୍ଜତୀୟ କୋର୍ଟ କ୍ଷେତ୍ର ମଧ୍ୟରେ ଆସୁନଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି କରିମ୍ ଖାନ। ୨୦ ଫେବୃୟାରୀ ୨୦୧୪ ପରଠାରୁ ହୋଇଥିବା ସମସ୍ତ ନରସଂହାର ଘଟଣାର ତଦନ୍ତ ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୦୨ ରେ ପ୍ରତିଷ୍ଠା କରାଯାଇଥିବା ଏହି ସଂସ୍ଥା ବିଭିନ୍ନ ଯୁଦ୍ଧ ସମୟର ମାମଲା ପରିଚାଳନା କରିଥାଏ।

Get real time updates directly on you device, subscribe now.