fbpx

ଘିଅ ଭଳି ନିଆଁରେ ଫିଙ୍ଗିଦେଲେ ଦାମୀ ମୋବାଇଲ, ଭାଇରାଲ ହେଉଛି ମହିଳାଙ୍କ ଭିଡିଓ …

ସୋସିଆଲ ମିଡିଆରେ ଗୋଟିଏ ସ୍କୁଲର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ୟୁଜର୍ସ । ଭାଇରାଲ ଭିଡିଓରେ ଜଣେ ମହିଳା ଟିଚର ନିଆଁରେ ମୋବାଇଲ ଫିଙ୍ଗୁଥବାର ନଜର ଆସିଛନ୍ତି । ଆଉ କୁହାଯାଉଛି ଏହି ମୋବଇଲ ଗୁଡ଼ିକ ଛାତ୍ରମାନଙ୍କର ।

ତେବେ ଏହି ଭାଇରାଲ ଭିଡିଓ ମାଲେସିଆ କିମ୍ବା ଇଣ୍ଡୋନେସିଆର ବୋଲି କୁହାଯାଉଛି । ଭିଡିଓ ଅନୁଯାୟୀ ସ୍କୁଲରେ ଅନେକ ପିଲାମାନେ ଲୁଚାଇ ମୋବାଇଲ ଆଣିଥିଲେ । ଏବଂ ନିୟମର ଉଲ୍ଲଂଘନ କରୁଥିଲେ । ଏମିତିରେ ଯେତେବେଳେ ସତକଥା ଜଣାପଡ଼ିଥିଲା ସେତେବେଳେ ରାଗିଯାଇଥିଲେ ଶିକ୍ଷକ ଜଣକ ଆଉ ରାଗରେ ଏଭଳି ପଦକ୍ଷେପ ନେଇଥିଲେ ଆଉ ପିଲାଙ୍କଠାରୁ ଜବତ କରିଥିଲେ ମୋବାଇଲ ଫୋନ ଗୁଡ଼ିକୁ ।

ଏତିକି ନୁହେଁ ଏହାପରେ ମୋବଇଲଗୁଡ଼ିକୁ ଗୋଟି ଗୋଟି କରି ଅନେକ ମୋବାଇଲକୁ ନିଆଁରେ ଫିଙ୍ଗିଥିଲେ । ଶିକ୍ଷକ ଜଣକ ଆଇଫୋନ ସହ ଅନେକ ଦାମୀ ମୋବାଇଲକୁ ଜଳାଇଦେଇଥିଲେ । ଆଉ ଯେତେବେଳେ ମୋବାଇଲଗୁଡ଼ିକ ଜଳାଯାଉଥିଲା ସେତେବେଳେ ପିଲାମାନେ କାନ୍ଦୁଥିବାର ମଧ୍ୟ ଦେଖାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.