fbpx

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ପାରାଦୀପରେ ରାଜନୀତି ସରଗରମ୍, ଏଥର କାଉନସିଲର୍‌ ଓ ଚେୟାରମ୍ୟାନ୍‌ ବାଛିବେ ଭୋଟର

ପାରାଦୀପ,(ଭାସ୍କର ନ୍ୟୁଜ୍‌) : ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଓଡିଶା ନିର୍ବାଚନ କମିଶନର ଆସନ୍ତା ମାର୍ଚ୍ଚ ୨୪ ତାରିଖକୁ ପୌର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ଥର ଚେୟାରମ୍ୟାନ୍‌ ପଦବୀ ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ବାଚନ କରିବାକୁ ଅଧ୍ୟାଦେଶ ଜାରି କରିଛନ୍ତି । ତଦନୁଯାୟୀ ପାରାଦୀପ ପୌରପାଳିକା ନିମନ୍ତେ ଏଥର ଚେୟାରମ୍ୟାନ୍‌ ପାଇଁ ସିଧାସଳଖ ନିର୍ବାଚନ ହେବ । ଭୋଟରମାନେ ମତଦାନ ସମୟରେ କାଉନସିଲର୍‌ ଓ ଚେୟାରମ୍ୟାନ୍‌ ପାଇଁ ଅଲଗା ଅଲଗା ଭାବେ ଭୋଟ ଦେବେ ।

ଗତ ଥର ପାରାଦୀପ ପୌରାପାଳିକାର ଚେୟାରମ୍ୟାନ୍‌ ଥିବା ବସନ୍ତ ବିଶ୍ୱାଳ ଚେୟାରମ୍ୟାନ୍‌ ଦୌଡରେ ସର୍ବାଗ୍ରେ ରହିଛନ୍ତି । ଶ୍ରୀ ବିଶ୍ୱାଳ ଏବେ ପାରାଦୀପ ନଗର ବିଜେଡିର ସଭାପତି ତଥା ପାରାଦୀପର ଅଗ୍ରଣୀ ଅନୁଷ୍ଠାନ ବିଜୁ ପଟ୍ଟନାୟକ ମେମୋରିଆଲ୍‌ ଟ୍ରଷ୍ଟର ସାଧାରଣ ସଂପାଦକ ମଧ୍ୟ ଅଛନ୍ତି । ନବ ପ୍ରଭାତ ଶିଶୁ ବିଦ୍ୟା ମନ୍ଦିର ଭଳି ଶିକ୍ଷାନୁଷ୍ଠାନର ସେ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଶ୍ରୀ ବିଶ୍ୱାଳଙ୍କ ସମୟରେ ପାରାଦୀପ ପୌରପାଳିକାରେ ବହୁ ଲୋକାଭିମୁଖୀ କାର୍ଯ୍ୟ କରି ପାରାଦୀପ ପୌରାଞ୍ଚଳର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳକୁ ରାସ୍ତା,ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟକୁ ସେ ଦକ୍ଷତାର ସହ ସମ୍ପାଦନ କରିଛନ୍ତି ।

ପାରାଦୀପ ସମୁଦ୍ରକୂଳରେ ଶିଶୁ ଉଦ୍ୟାନ, ନେହେରୁ ବଙ୍ଗଳା ଠାରେ ମନୋରମ କ୍ରୀଡା ଉଦ୍ୟାନ,ବିଜୁ ଯାତ୍ରୀ ନିବାସ, ପୌର କଲ୍ୟାଣ ମଣ୍ଡପ, ପାରାଦୀପ ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ରରେ ବିଜୁ ମୀନାର ଭଳି କିର୍ତ୍ତୀମାନ ସେ ସ୍ଥାପନ କରିାରିଛନ୍ତି । ପାରାଦୀପ ସହରର ସାହିତ୍ୟ ତଥା ସାମାଜିକ ଅନୁଷ୍ଟାନମାନଙ୍କୁ ପୃଷ୍ଟପୋଷକତା କରି ଓଡିଶାର କଳା,ସାହିତ୍ୟ,ସାଂସ୍କୃତିର ବିକାଶରେ ସହାୟତା କରିଛନ୍ତି ଶ୍ରୀ ବିଶ୍ୱାଳ । ଚଳିତ ନିର୍ବାଚନରେ ପାରାଦୀପ ପୌରପାଳିକା ପାଇଁ ସେ କଲୋନୀଠାରୁ ବସ୍ତି ପର୍ଯ୍ୟନ୍ତ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି।

ବିଜେଡି ଦଳର ସ୍ରୁିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱରେ ରାଜ୍ୟ ସମେତ ପାରାଦୀପରେ ଚଳିତ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ନିର୍ବାଚନରେ ବସନ୍ତ ବିଶ୍ୱାଳ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀ ହେଲେ ଦଳ ପୁର୍ନବାର ପାରାଦୀପ ପୌରପାଳିକା ଦଖଲ କରି ।ରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.