fbpx

୨୦୨୨ରେ ବିଶ୍ୱ ଦେଖିବ କି ପରମାଣୁ ବୋମାର ତାଣ୍ଡବ, ସତ ହେବକି ମହାନ୍ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆଗକୁ ୟୁକ୍ରେନ-ରୁଷିଆ ଯୁଦ୍ଧର ପରିଣତି ଯେ କ’ଣ ହେବ ସେକଥା କେହି କହିପାରିବେ ନାହିଁ । ଗୋଟିଏ ପଟେ ଶକ୍ତିଶାଳୀ ରୁଷ ବେଳକୁ ବେଳ ଭୟଙ୍କର ହୋଇ ଉଠୁଥିବା ବେଳେ ୟୁକ୍ରେନକୁ ଏକାଧିକ ରାଷ୍ଟ୍ର ସମର୍ଥନ କରିବାକୁ ଆଗେଇ ଆସିଲେଣି । ଆମେରିକା, ବ୍ରିଟେନ, ଫ୍ରାନ୍ସ ପରି ଶକ୍ତିମାନେ ମଧ୍ୟ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଲେଣି । ଅନ୍ୟପଟେ ରୁଷର ପଥ ଅନୁସରଣ କରି କୁଟଳୀ ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ସମ୍ୟକ ସୂଚନା ମିଳିଛି । ତେବେ ଏହା କ’ଣ ତୃତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ । ଏହା ମଧ୍ୟରେ ଫ୍ରାନ୍ସର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଚିକିତ୍ସକ ମାଇକେଲ ଡି ନୋଷ୍ଟ୍ରିଡାମେ (ନୋଷ୍ଟ୍ରାଡାମସ)ଙ୍କ ଭବିଷ୍ୟବାଣୀ ବିଶ୍ୱବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଯାଇଛି ।

୨୦୨୨ରେ ପରମାଣୁ ଯୁଦ୍ଧ ହେବ ବୋଲି ନୋଷ୍ଟ୍ରାଡାମସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ । ସେ ପୂର୍ବରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଆଧାର କରି ଭବିଷ୍ୟବାଣୀ କରିଥିବା ବେଳେ ସେଥିରୁ ଅଧିକାଂଶ ତଥ୍ୟ ପରବର୍ତ୍ତୀ ସମୟରେ ସତ୍ୟ ପ୍ରମାଣିତ ହୋଇଥିଲା । ଏ ବାବଦରେ ସେ ତାଙ୍କର ପୁସ୍ତକ ‘ଲେସ ପ୍ରୋଫେଟିଜ’ରେ ମଧ୍ୟ ଉଲ୍ଲେଖ କରିଥିଲେ । ନୋଷ୍ଟ୍ରାଡାମସଙ୍କ ତଥ୍ୟ ସତ୍ୟ ପ୍ରମାଣିତ ହେଉଥିବାରୁ ତାଙ୍କର ଭବିଷ୍ୟବାଣୀକୁ ସାରା ଦୁନିଆ ବିଶ୍ୱାସ କରିଥାଏ । ୨୦୨୨ ପାଇଁ ସେ ଭବିଷ୍ୟବାଣୀ କରିଥିଲେ ଯେ, ଏହି ବର୍ଷ ଧରିତ୍ରୀ ଉପରେ ତାଣ୍ଡବ ମଚିବ । ଏହି କାରଣରୁ ଜଳବାୟୁ ପରିବର୍ତ୍ତନ ହେବା ସହ ବିଶ୍ୱର ସ୍ଥିତି ମଧ୍ୟ ବଦଳିଯିବ । ଲୋକମାନେ ସୁନା, ରୁପା ଓ ବିଟକଏନକୁ ନିଜର ସମ୍ପତ୍ତି ବୋଲି ଗ୍ରହଣ କରିବା ସହ ଏଥିରେ ଅଧିକ ମାତ୍ରାରେ ନିବେଶ କରିବେ ।

Get real time updates directly on you device, subscribe now.