fbpx

ଯୁଦ୍ଧର ପଞ୍ଚମ ଦିନ: ୧୪ ଶିଶୁଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୩୫୨କୁ ବୃଦ୍ଧି, ୧୬୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଫେବୃଆରୀ ୨୪ ତାରିଖ ସକାଳରୁ ଲଗାତର ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଚାଲିଛି । ଯୁଦ୍ଧ ଥମିବାର ନାଁ ଧରୁନି । ରୁଷ ଆକ୍ରମଣରେ ଏବେ ସୁଦ୍ଧ ୩୫୨ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ସଂଖ୍ୟାରେ କୁନି କୁନି ନିରୀହ ଶିଶୁ ବି ରହିଛନ୍ତି ।

ରିପୋର୍ଟ ଅନୁସାରେ, ଏବେ ସୁଦ୍ଧ ୩୫୨ ଜଣ ସାଧାରଣ ନାଗରିକ ଜୀବନ ହାରିଛନ୍ତି । ଏଥିରେ ୧୪ ଜଣ ଛୋଟ ପିଲା ସାମିଲ ରହିଛନ୍ତି । ଅନ୍ୟପଟେ ୧୧୬ ଜଣ ଶିଶୁଙ୍କ ସମେତ ୧୬୮୪ ଜଣ ହସ୍ପିଟାଲଲେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ୟୁକ୍ରେନର ସେନାଙ୍କ ମଧ୍ୟରେ କେତେ ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ବୋଲି କହିଛନ୍ତି ମନ୍ତ୍ରାଳୟ ।

ତେବେ ରୁଷିଆ ଏପର୍ଯ୍ୟନ୍ତ ତାର କେତେ ସଂଖ୍ୟାରେ ଯବାନ ଆହତ ଓ ମୃତ୍ୟୁବରଣ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । କିନ୍ତୁ ୟୁକ୍ରେନ ଦାବି କରିଛି ଯେ, ରୁଷିଆର ୧୦୦୦ରୁ ଅଧିକ ସେନାଙ୍କୁ ସେମାନେ ନିପାତ କରିଛନ୍ତି । ଏତଦବ୍ୟତୀତ ୩୦ରୁ ଅଧିକ ଟ୍ୟାଙ୍କର୍ ବି ଉଡାଇଛନ୍ତି ।

Get real time updates directly on you device, subscribe now.