fbpx

ବେଲି ଫ୍ୟାଟ୍ କମାଇବାକୁ ଚାହୁଁଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଫଳ, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର ବ୍ୟୁରୋ: ଅଫିସରେ ଲଗାତର ଭାବେ ବସି ରହିବା ଫଳରେ ଅବା ଖାଇବା ପିଇବା ସମୟରେ ଅନିୟମିତତା ଯୋଗୁଁ ପେଟର ଚର୍ବି ବଢ଼ିବା ଆରମ୍ଭ ହୋଇଯାଇଥାଏ । ଯାହାର ପ୍ରଭାବ ଆମ ପର୍ସିନାଲିଟି ଉପରେ ପଡିବା ସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ଅସୁବିଧାର କାରଣ ପାଲଟିଥାଏ । ଏପରିକି ଶରୀରର ଅନ୍ୟ ସବୁ ଅଙ୍ଗରୁ ଚର୍ବି କମାଇବା ଠାରୁ ପେଟର ଚର୍ବି କମାଇବା ସବୁଠାରୁ କଷ୍ଟକର କାମ ହୋଇଥାଏ । ଠିକ୍ ସମୟରେ ନ ଖାଇବା, ଖାଇବା ପିଇବାରେ ଅନିୟମିତତା, ବ୍ୟାୟାମ ନ କରିବା, ମଦ୍ୟପାନ କରିବା, ଥକାପଣ, ଚିନ୍ତା, ଖରାପ ପାଚନ ପ୍ରକ୍ରିୟା, ଶରୀରରେ ହରମୋନ୍ ରେ ଅନିୟମିତତା କାରଣରୁ ପେଟରେ ଚର୍ବି ବଢ଼ିବା ଆରମ୍ଭ ହୋଇଯାଇଥାଏ । ସେହିପରି ଛୁଆ ଜନ୍ମ କରିବା ପରେ ବି ମହିଳା ମାନଙ୍କର ପେଟ ଚର୍ବି ବଢ଼ିଥାଏ ।

ତେବେ ପେଟର ଚର୍ବି କମାଇବା ପାଇଁ ଖାଇବା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଅନେକ ଲୋକ ଅଧିକ ମସଲା ଓ ଅଧିକ ତେଲରେ ତିଆରି ଖାଦ୍ୟ ଖାଇବାକୁ ଦୂରେଇବାକୁ ଯାଇ ଫଳ ଆଦି ସେବନ କରିଥାନ୍ତି । ହେଲେ ଆପଣ ଯଦି ଡାଏଟ୍ ରେ ଏହି ଫଳ ସେବନ କରୁଛନ୍ତି ତାହେଲେ ତୁରନ୍ତ ଖାଇବା ବନ୍ଦ କରନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ, ପେଟର ଚର୍ବି ଓ ଅନ୍ୟାନ୍ୟ ଅଙ୍ଗରୁ ଫ୍ୟାଟ୍ କମାଇବାକୁ ହେଲେ ଡାଏଟ୍ ରୁ କାର୍ବସ୍ ଓ ସୁଗର୍ କୁ ବାହାର କରିବା ନିହାତି କରୁରୀ ।

ବେଲି ଫ୍ୟାଟ୍ କମ୍ କରିବା ପାଇଁ ସୁଗର୍ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ଆପଣଙ୍କ ଶରୀର ଉପରେ ଭଲ ପ୍ରଭାବ ପକାଇବ । ମାର୍କେଟରେ ଉପଲବ୍ଧ ହେଉଥିବା ଡାଏଟ୍ ଡ୍ରିଙ୍କ୍ ଓ ସ୍ନାକ୍ସ ରେ ମଧ୍ୟ ସୁଗାର୍ ର ମାତ୍ରା ଅଧିକ ରହିଥାଏ । କିନ୍ତୁ ଏଥିରେ ଡାଏଟ୍ ଫ୍ରୁଟ୍ ମାର୍କ କରାଯାଇଥାଏ । ତେଣୁ ଏହିସବୁ ଠାରୁ ଦୂାରଇ ରୁହନ୍ତୁ ।

ଫ୍ରୁଟ୍ ଜୁସ୍ ଓ ସ୍ମୁଦି ସମେତ କିଛି ଫଳ ଯେପରିକି ଆମ୍ବ ଓ ସପୁରୀ ରେ ଅଧିକ ମାତ୍ରାରେ ସୁଗାର୍ ରହିଥାଏ । କାର୍ବସ୍ ଡାଏଟ୍ ନେବା ଦ୍ୱାରା ଫ୍ୟାଟ୍ ଶୀଘ୍ର କମ୍ ହୋଇଥାଏ । ଯଦି ଆପଣ ବେଲି ଫ୍ୟାଟ୍ କମ୍ କରିବାକୁ ଚାହୁଁଛନ୍ତି ତାହେଲେ ହ୍ୱାଇଡ୍ ବ୍ରେଡ୍, ଚିପ୍ସ ଓ ପାସ୍ତା ଭଳି ପ୍ରୋସେସ୍ଡ ଫୁଡ୍ ବଦଳାଇ ବ୍ରାଉନ୍ ରାଇସ୍ କିମ୍ବା ଦଲିଆ ନଚେତ୍ ଶାଗୁ ଖାଆନ୍ତୁ ।

Get real time updates directly on you device, subscribe now.