ନୂଆଦିଲ୍ଲୀ: କରୋନା କାଳରେ ବି ଯଦି ଆପଣ ଶସ୍ତା ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆଜି ହେଉଛି ଆପଣଙ୍କ ପାଇଁ ଶେଷ ସୁଯୋଗ । ରିଜର୍ଭ ବ୍ୟାଙ୍କ ବା ଆରବିଆଇର ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନାର ଦଶମ ସିରିଜ୍ ଆଜି ବନ୍ଦ ହେବ । ଫେବ୍ରୁଆରୀ ୨୮ ତାରିଖରୁ ଏହି ସିରିଜ୍ ୫ ଦିନ ପାଇଁ ଖୋଲା ଯାଇଥିଲା । ଯଦି ଆପଣ ଶସ୍ତା ସୁନା କିଣିବାକୁ ଚାହୁଁଛନ୍ତି , ତେବେ ଆଜି କିିଣିପାରିବେ । ମାତ୍ର ୫,୧୦୯ ଟଙ୍କାର ନିବେଶ କରି ସରକାରଙ୍କ ସୋଭରେନ ଗୋଲ୍ଡ ବଣ୍ଡ ଯୋଜନାର ଲାଭ ଉଠାଇପାରିବେ ।
୨୦୧୫ ନଭେମ୍ବର ମାସରୁ ସରକାର ସୋଭରେନ ଗୋଲ୍ଡ ବଣ୍ଡ ଯୋଜନାର ଶୁଭାରମ୍ଭ କରିଥିଲେ । ସରକାରଙ୍କ ପକ୍ଷରୁ ଆରବିଆଇ ଏହି ବଣ୍ଡ ଜାରି କରିଛି । ଏହି ପର୍ଯ୍ୟାୟରେ ସୋଭେରନ ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ର ଦଶମ ସିରିଜ ବିକ୍ରି ହେଉଛି । ଏହି ଯୋଜନା କେବଳ ୫ ଦିନ ପାଇଁ ଖୋଲା ରହିଛି ଅର୍ଥାତ୍ ଆଜି ଏହାର ଅନ୍ତିମ ଦିବସ ।
ଏଥର ଏକ ଗ୍ରାମ ସୁନାର ଦାମ୍ ୫,୧୦୯ ଟଙ୍କା ସ୍ଥିର କରାଯାଇଛି । ଅନଲାଇନରେ ପେମେଣ୍ଟ କରିବାକୁ ଆପଣଙ୍କୁ ୫୦ ଟଙ୍କା ମିଳିବ ।ଅର୍ଥାତ୍ ଆପଣଙ୍କୁ ଗ୍ରାମ ପିଛା ୫୦୫୯ ଟଙ୍କା ଦେବାକୁ ପଡିବ । ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ଯଦି ଗ୍ରାହକମାନେ ଏଥିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ http://onlinesbi.com ୱେବସାଇଟକୁ ଯାଆନ୍ତୁ ।