fbpx

ଟିକେଟ୍ ପାଇବା ବିଜେଡି ପ୍ରାର୍ଥୀ ସୁବାସ ଓ ସଂଘମିତ୍ରାଙ୍କ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ?

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଆଜି ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୩ଟି ମହାନଗର ଯଥା, କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ଦଳ । କଟକ ପାଇଁ ସାଂସଦ ସୁବାସ ସିଂହ ମେୟର ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି ।

ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ପ୍ରାର୍ଥୀ ସୁବାସ ସିଂହ । ସେ କହିଛନ୍ତି ଯେ, ‘ କଟକ ପାଇଁ ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଧନ୍ୟବାଦ । କଟକବାସୀଙ୍କ ଠାରୁ ଆର୍ଶୀବାଦ ପାଇବୁ ବୋଲି ଆଶା ରହିଛି । ନୂଆ ରୂପରେଖା ନେଇ କଟକର ବିକାଶ ହେବ ।’

ସେହପରି ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ସଂଘମିତ୍ରା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବ୍ରହ୍ମପୁରର ବିକାଶ ଆମର ପ୍ରମୁଖ ଲକ୍ଷ୍ୟ । ବ୍ରହ୍ମପୁରରେ ବିଜେଡି ତାର ସଫଳତା ବଜାୟ ରଖିବ । ବିଭିନ୍ନ ବଳକା ଥିବା ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।’

 

Get real time updates directly on you device, subscribe now.