fbpx

ମହଙ୍ଗା ମାଡର ମୁକାବିଲା: ରେପୋ ରେଟ୍ ବୃଦ୍ଧି କରିପାରେ ରିଜର୍ଭ ବ୍ୟାଙ୍କ, ମହଙ୍ଗା ହେବ ଲୋନ୍

ନୂଆଦିଲ୍ଳୀ: ଭାରତୀୟ ଅର୍ଥନୈତିକ ବଜାର ବିଗତ କିଛି ଦିନ ଧରି ଗଭୀର ଅର୍ଥନୈତକ ସଙ୍କଟର ସମ୍ମୁଖୀନ ହେଉଛି । କରୋନା କାରଣରୁ ଅର୍ଥନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁର ସଙ୍କଟଜନକ ପରସ୍ଥିତି ସୃଷ୍ଟି କରିଛି । ଏପରି ପରସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ରେପୋ ରେଟ୍ ବୃଦ୍ଧି କରିବାର ସମ୍ଭାବନା ରହିଛି । ଆସନ୍ତା ମାସରେ ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ବୈଠକରେ ରେପୋ ରେଟ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।

କଣ ଏଇ ରେପୋରେଟ ?
ରେପୋରେଟ ହେଉଛି , ଯେଉଁ ହାରରେ ଆରବିଆଇ କମର୍ସିଆଲ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କକୁ ଲୋନ ଦେଇଥାଏ । ତାହାକୁ ରିପ୍ରଡକ୍ସନ ରେଟ ବା ରେପୋ ରେଟ କୁହାଯାଇଥାଏ । ରେପୋ ରେଟ ହ୍ରାସ ଅର୍ଥ ଶସ୍ତା ଲୋନ । ଗ୍ରାହକ କମ ସୁଧରେ ହୋମ ଲୋନ, ଗାଡି ଲୋନ, ପର୍ସନାଲ ଲୋଗ ଆଦି ପାଇପାରିବେ । ଏଥିସହ ଆପଣଙ୍କ ଜମା ଉପରେ ସୁଧ ହାର ବଢିଯିବ ।

ରିଭର୍ସ ରେପୋରେଟ କଣ ?
ଯେଉଁ ରେଟ ଉପରେ ବ୍ୟାଙ୍କ ସେମାନଙ୍କ ପକ୍ଷରୁ ଆରବିଆଇ ପାଖରେ ଟଙ୍କା ଜମା କି ସୁଧ ନିଅନ୍ତି, ତାହାକୁ ରିଭର୍ସ ରେପୋରେଟ କୁହାଯାଏ । ବ୍ୟାଙ୍କ ପାଖରେ ଯେଉଁ ଅତିରିକ୍ତ ନଗଦ ରହିଥାଏ, ତାହାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିଦିଆଯାଇଥାଏ । ଆଉ ଏହା ବାବଦରେ ଆରବିଆଇ ବ୍ୟାଙ୍କକୁ ସୁଧ ଦିଏ । ସେହିଭଳି ରିଭର୍ସ ରେପୋ ରେଟ ବଜାରରେ ନଗଦକୁ ନିୟନ୍ତ୍ରିତ କରିବାରେ ସହଯୋଗ କରିଥାଏ । ଅଧିକ ନଗଦ ହେଲେ ଆରବିଆଇ ରିଭର୍ସ ରେଟ ବଢାଇଥାଏ । ଯେପରି ବ୍ୟାଙ୍କ ସେହି ଟଙ୍କାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିବ । ଆଉ ଯଦି ରିଜର୍ଭ ବ୍ୟାଙ୍କ ବଜାରରେ ନଗଦ ପ୍ରବାହ ବଢାଇବାକୁ ଚାହିଁବ, ତେବେ ରିଭର୍ସ ରେପୋରେଟ ହ୍ରାସ କରିଦେଇଥାଏ ।

Get real time updates directly on you device, subscribe now.