fbpx
BJD
BJD SKY
BJD SKY

ଧୋନୀଙ୍କ ବାୟୋପିକ ପରେ ଏବେ ସିଲଭର ସ୍କ୍ରିନରେ ନୀରଜ ଆଣିବେ ଏହି ଖେଳାଳିଙ୍କ କାହାଣୀ: ଏହି ଅଭିନେତା ଆସିବେ ନଜର

ମୁମ୍ବାଇ: ୧୭ ବର୍ଷ ପରେ କ୍ରିକେଟ ବଲ ଧରି କମବ୍ୟାକ କରିବାକୁ ଯାଉଛନ୍ତି ଶ୍ରେୟସ ଅଭିନେତା ତଲପଡେ । ୨୦୦୫ରେ “ଇକବାଲ’ ସିନେମା ପରେ ଚଳିତବର୍ଷ ପୁଣି ଥରେ ବୋଲିଂ କରିବେ ଶ୍ରେୟସ । କେବଳ ସେ ନୁହେଁ ନୀରଜ ପାଣ୍ଡେ ଏବଂ ଶୀତଲ ଭାଟିଆ ମଧ୍ୟ କମବ୍ୟାକ କରିବାକୁ ଯାଉଛନ୍ତି । ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ  MS DHONI: THE UNTOLD STORY ପରେ ଆଉ ଜଣେ କ୍ରିକେଟରଙ୍କ ଚରିତ୍ରକୁ ସିଲଭର ସ୍କ୍ରିନକୁ ଆଣିବାକୁ ଯାଉଛନ୍ତି ନୀରଜ । ଉଭୟଙ୍କ ମିଳିତ ଚେଷ୍ଟାରେ ଖୋଲିଛନ୍ତି ଏକ ନୂଆ କମ୍ପାନୀ ବୁଟରୁମ ସ୍ପୋର୍ଟସ । ତେବେ କମ୍ପାନୀର ପ୍ରଥମ ଫିଲ୍ମ ଭାରତର ଷ୍ଟାର ବୋଲର ପ୍ରବୀଣ ତାମ୍ବେଙ୍କ ଉପରେ ଆଧାରିତ ହେବ । ଚଳଚ୍ଚିତ୍ରର ନାମ ହେଉଛି “କୌନ ପ୍ରବୀଣ ତାମ୍ବେ?” । ତେବେ ସିନେମାରେ ପ୍ରବୀଣଙ୍କ ଚରିତ୍ରରେ ନଜର ଆସିବେ ଶ୍ରେୟସ ତଲପଡେ ।

श्रेयस तलपड़े श्रेयस तलपड़े

ସେପଟେ ପରଦାରେ ନିଜ ବାୟୋପିକ ରିଲିଜ ତାରିଖ ପାଖେଇ ଆସୁଥିବାରୁ ଭାବୁକ ହୋଇ ପଡିଛନ୍ତି ପ୍ରବୀଣ । ତାଙ୍କ କାହାଣୀସମସ୍ତଙ୍କୁ ପ୍ରେରିତ କରିଥିବା ଏବଂ ଏହା ଉପରେ ସିନେମା ତିଆରି ହୋଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ତାଙ୍କ ବନ୍ଧୁ ଏବଂ ପରିବାରବର୍ଗ ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଥିବା କହିଛନ୍ତି ପ୍ରବୀଣ ତାମ୍ବେ । ତେବେ ଏହି ସିନେମା ଜରିଆରେ ୧୭ ବର୍ଷ ପରେ କ୍ରିକେଟର ଚରିତ୍ରରେ ଫେରୁଥିବା ଶ୍ରେୟସ ଏହାକୁ ନେଇ ଖୁବ ଭାଗ୍ୟଶଳୀ ବୋଲି କହିଛନ୍ତି । ଏହି ଫିଲ୍ମ ପାଇଁ ପ୍ରବୀଣଙ୍କ ସହ ବିତାଥିବା ସମୟ ତାଙ୍କ ପାଇଁ ବହୁତ ମୂଲ୍ୟବାନ ବୋଲି ଶ୍ରେୟସ ପ୍ରକାଶ କରିଛନ୍ତି ।

‘कौन प्रवीण ताम्बे पोस्टर

ଏହି ଫିଲ୍ମକୁ ନିର୍ମାଣ କରିବା ପାଇଁ ଖୁବ ପରିଶ୍ରମ କରିଛନ୍ତି ନିର୍ଦ୍ଦେଶକ ଏବଂ ସମ୍ପୂର୍ଣ୍ଣ ଟିମ । ଏପ୍ରିଲ ୧ ତାରିଖ ଦିନ “କୌନ ପ୍ରବୀଣ ତାମ୍ବେ’ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ଫକ୍ସ ଷ୍ୟାର ଷ୍ଟୁଡିଓଜ ଏହି ଛୋଟ ବଜେଟର ଏକ ଫିଲ୍ମ ସିଧା ଓଟିଟି ଫର୍ମାଟରେ ରିଲିଜ କରିବାକୁ ଯାଉଛି ।

Get real time updates directly on you device, subscribe now.