fbpx

ୟୁକ୍ରେନ ଯୁଦ୍ଧ ଭୂମି ରହିଲା ସାକ୍ଷୀ… ବିବାହ କଲେ ଦୁଇ ସୈନିକ, ଦେଖନ୍ତୁ ଭାଇରାଲ ଭିଡିଓ…

ଋଷ ୟୁକ୍ରେନର ଘମାଘୋଟ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । ଋଷ ସୈନିକଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସୈନିକ । ହାରମାନିବାକୁ ପ୍ରସ୍ତୁତ ନାହାଁନ୍ତି ୟୁକ୍ରେନ ସୈନିକ । ଏହାରି ମଧ୍ୟରେ ସୋମବାର ଯୁଦ୍ଧ ଭୂମିରୁ ଆସିଛି ଏକ ଭିନ୍ନ ଖବର । ଯେଉଁ ଯୁଦ୍ଧ ଭୂମିରେ କେବଳ ଜୀବନ ମରଣର ଦୃଶ୍ୟ ଦେଖିବାକୁ ମିଳିଥାଏ, ସେହି ଯୁଦ୍ଧ ଭୂମିରେ ପୁଣି ଗଠି ଉଠିଛି ସଂସାର । ଏଭଳି ମହଯୁଦ୍ଧର ଭୟାବହତା ଭିତରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହୃଦୟକୁ ଶାନ୍ତି ମିଳିବ । ପ୍ରକୃତରେ ଏହି ଯୁଦ୍ଧଭୂମିରେ ବିବାହ କରିଛନ୍ତି ଦୁଇ ୟୁକ୍ରେନ ସୈନିକ ଏବଂ ସାଙ୍ଗରେ ଥିବା ସୈନିକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦୁଇ ୟୁକ୍ରେନ ଯବାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୟୁକ୍ରେନର ସୈନିକମାନେ ଋଷର ଆକ୍ରମଣ ମଧ୍ୟରେ କିଭରେ ବିବାହ କରିଛନ୍ତି । ଏହି ସମୟରେ ସହରର ମେୟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ସହ ସାଥି ସୈନ୍ୟମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କିଛି କ୍ଷଣ ପାଇଁ ଯେପରି ସେଠାରେ ସମସ୍ତେ ଭୁଲି ଯାଇଥିଲେ ଦୁଃଖର ସେହି ସତ୍ୟକୁ । ଆଉ କେବଳ ସେହି ବିବାହରେ ଦୁଇ ପ୍ରେମୀଙ୍କ ଜୀବନର ଏଭଳି ଏକ ସୁନ୍ଦର ମୁହୂର୍ତ୍ତରେ ସବୁ ନିଜକୁ ହଜାଇ ଦେଇଥିଲେ । କାରଣ କିଏ ଜାଣିଥିଲା କାଲିର ସକାଳ କାହା ପାଇଁ କଣ ନେଇ ଆସୁଛି । ୟୁକ୍ରେନର ଏହି ପ୍ରେମୀ ଯୁଗଳ  ୨୨ ବର୍ଷ ଧରି ଏକାଠି ରହିଥିଲେ । ଆଉ ଏହି ଦମ୍ପତି କିଭ୍ ସୀମାରେ ବିବାହ କରି ସେମାନଙ୍କ ସମ୍ପର୍କକୁ ଆହୁରି ମଜଭୁତ କରିଛନ୍ତି । ଗତ ମାସରେ ଯେତେବେଳେ ରୁଷ ସହିତ ୟୁକ୍ରେନର ଯୁଦ୍ଧ ଆରମ୍ଭ ହୋଇଥିଲା, ସେହି ସମୟରେ ଲେସିଆ ଇଭାଶେଙ୍କୋ ନାମ୍ନୀ ମହିଳା ଚାକିରି ଛାଡି ଦେଇଥିଲେ ଏବଂ କିଭ୍ ରେ ନିଜ ଅଞ୍ଚଳକୁ ରକ୍ଷା କରିବା ପାଇଁ ରିଜିଓନାଲ୍ ଡିଫେନ୍ସ ଫୋର୍ସରେ ସାମିଲ ହୋଇଥିଲେ ।

ରବିବାର ସେ ୟୁକ୍ରେନ ସୈନ୍ୟଙ୍କ ଗହଣରେ ନିଜ ସାଥୀଙ୍କୁ ବିବାହ କରିଛନ୍ତି । କନ୍ୟା ଜଣକ କହିଛନ୍ତି ଯେ ରୁଷର ଆକ୍ରମଣ ପରଠାରୁ ସେ ତାଙ୍କ ସାଥୀ ଭେଲେରୀ ଫିଲିମୋନୋଭଙ୍କୁ ଦେଖି ନ ଥିଲେ । ଯେମିତି ହିଁ ସେମାନେ ଭେଟିଥିଲେ, ତ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ତେବେ ବିବାହ ସମୟରେ ୟୁକ୍ରେନ ସୈନ୍ୟମାନେ ଉପସ୍ଥିତ ଥିଲେ ଏବଂ ସେମାନେ ତାଙ୍କ ପରିବାରର ଅଂଶ ହୋଇ ସମର୍ଥନ କରିଥିଲେ । ଜଣେ ୟୁକ୍ରେନ ସୈନ୍ୟ ବିବାହ ସମୟରେ ଗୀତ ମଧ୍ୟ ଗାଇଥିଲେ ଏବଂ ବ୍ୟାଣ୍ଡ ବଜାଇଥିଲେ ।

Get real time updates directly on you device, subscribe now.