fbpx
BJD
BJD SKY
BJD SKY

ଗିରଫ ହେବେ ସୋନାକ୍ଷୀ ସିହ୍ନା: ଆରେଷ୍ଟ ୱାରେଣ୍ଟ ଜାରି କଲେ ମୁରାଦାବାଦ କୋର୍ଟ

ନୂଆଦିଲ୍ଳୀ: ଅଡୁଆରେ ଦବଙ୍ଗ ଗାର୍ଲ । ଠକେଇ ଅଭିଯୋଗରେ ସୋନାକ୍ଷୀ ସିହ୍ନାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି । ଟଙ୍କା ନେଇ ଏକ କାର୍ୟ୍ୟକ୍ରମରେ ଯୋଗ ନ ଦେବା ମାମଲାରେ ଉତ୍ତରପ୍ରଦେଶ ମୁରାଦାବାଦସ୍ଥିତ ଏସିଜେଏମ କୋର୍ଟ ବଲିଉଡ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱନା ଜାରି କରିଛନ୍ତି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ସେ କୋର୍ଟରେ ହଜାର ନହେବା ଯୋଗୁଁ ୱାରେଣ୍ଟ ଜାରି ହୋଇଥିବାର କୁହାଯାଉଛି । କୋର୍ଟ ତାଙ୍କୁ ଆସନ୍ତା ଏପ୍ରିଲ ୨୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୮ ମସିହାରେ ସୋନାକ୍ଷୀଙ୍କ ବିରୁଦ୍ଧରେ ଏହି ଠକେଇ ମାମଲା ରୁଜୁ ହୋଇଥିଲା । ମୁରାଦାବାଦ ଅନ୍ତର୍ଗତ କଟଘର ଥାନା ଅଞ୍ଚଳରେ ରହୁଥିବା ପ୍ରମୋଦ ଶର୍ମା ସୋନାକ୍ଷୀଙ୍କ ସମେତ ୫ ଜଣଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ । ସୂଚନା ଅନୁଯାୟୀ, ପ୍ରମୋଦ ଇଣ୍ଡିଆ ଫ୍ୟାସନ ଏବଂ ବିଉଟି ଆୱାର୍ଡ ନାମରେ ଏକ ଇଭେଣ୍ଟ ଅର୍ଗାନାଇଜିଂ ସଂସ୍ଥା ଚଳାନ୍ତି । ପ୍ରମୋଦ ଅଭିଯୋଗ କରିଥିଲେ ଯେ, ଏକ କାର୍ୟ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସୋନାକ୍ଷୀ ତାଙ୍କ ଠାରୁ ଟଙ୍କା ନେଇଥିଲେ । ଚୁକ୍ତିନାମା ସ୍ବାକ୍ଷର କରି ସୋନାକ୍ଷୀ କାର୍ୟ୍ୟକ୍ରମକୁ ଆସିବା ପାଇଁ ଟଙ୍କା ନେଇଥିଲେ ।ଏପରିକି ତାଙ୍କ ବିମାନ ଭଡା ମଧ୍ୟ ଦିଆଯାଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ମାତ୍ର ଟଙ୍କା ନେବା ପରେ କାର୍ୟ୍ୟକ୍ରମରେ ସେ ଯୋଗ ଦେଇନଥିଲେ । ସୋନାକ୍ଷୀ ଏବଂ ଏବଂ ତାଙ୍କ ସହ ଜଡିତ ଅନ୍ୟ ୪ ଜଣ ପ୍ରମୋଦଙ୍କ ଠାରୁ ୩୭ ଲକ୍ଷ ଟଙ୍କା ଠକେଇ କରିଥିବାର ସେ ଅଭିଯୋଗ କରିଥିଲେ । ଏହାପରେ କଟଘର ପୋଲିସ୍ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

Get real time updates directly on you device, subscribe now.