ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମ ମାନିବା ନିହାତି ଆବଶ୍ୟକ । ଯଦି ଆପଣ ଏହିସବୁ ନିୟମକୁ ସଠିକ୍ ଭାବରେ ପାଳନ କରୁନାହାନ୍ତି ତାହେଲେ ଚାଲାଣ କଟିପାରେ । ଅନେକ ସମୟରେ ଏପରି ହୁୀଏ ଯେ, ଲୋକମାନେ ଜାଣିପାରିନଥାନ୍ତି ଓ ତାଙ୍କର ଚାଲାଣ କଟିଯାଇଥାଏ । ଏପରି ସେତେବେଳେ ହୁଏ ଯେତେବେଳେ ଆପଣ ନିୟମ ସମ୍ପର୍କରେ ଜାଣି ନଥାନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ନିୟମ ସମ୍ପର୍କରେ କହିବାକୁ ଯାଉଛୁ । ଏହା ଜାଣିବା ନିହାତି ଆବଶ୍ୟକ ।
ଏହି ନିୟମ ଜରୁରୀକାଳୀନ ଗାଡ଼ି ଗୁଡ଼ିକୁ ରାସ୍ତା ଦେବାର ନିୟମ ଅଟେ । ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇଥାଏ ଯେ, ସେମାନେ ଏମର୍ଜେନ୍ସି ଗାଡ଼ି ଗୁଡ଼ିକୁ ରାସ୍ତା ଦେବେ । ଆଉ ଯଦି ଏପରି ନ କରନ୍ତି ତାହେଲେ ମୋଟା ଅଙ୍କର ଜୋରିମାନା ଗଣିବେ । ତେଣୁ ଏସବୁ ନିୟମ ପ୍ରତି ସଜାଗ ରହିବା ଜରୁରୀ ।
ବର୍ତ୍ତମାନର ଯାତାୟାତ ନିୟମ ଅନୁସାରେ, ଏମର୍ଜେନ୍ସୀ ଗାଡ଼ିକୁ ରାସ୍ତା ନଦେଲେ ଆପଣଙ୍କର ଚାଲାଣ କଟିବ । ଏମର୍ଜେନ୍ସୀ ଗାଡ଼ି ମଧ୍ୟରେ ରହିଛି ଫାୟାର୍ ବ୍ରିଗେଡ୍(ଅଗ୍ନିଶମ ବାହିନୀଙ୍କ ଗାଡ଼ି) ଓ ଆମ୍ବୁଲାନ୍ସ । ଯଦି ଆପଣ ଏହି ଗାଡ଼ିକୁ ରାସ୍ତା ନ ଦିଅନ୍ତି ତାହେଲେ ମୋଟର ଯାନ ଅଧିନିୟମ ୨୦୧୯ ଆଧାରରେ ୧୦ ହଜାର ଟଙ୍କା ଫାଇନ୍ ଗଣିବେ ।