fbpx

ଅଲବିଦା କହିଲେ ଆଦିତ୍ୟ: ୧୫ ବର୍ଷର ସମ୍ପର୍କ ଭାଙ୍ଗି ଏହି ଶୋ’ରୁ ବିଦାୟ ଉପରେ କଲେ ଭାବବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ତଥା ଆଙ୍କର ଆଦିତ୍ୟ ନାରାୟଣଙ୍କର ଏକ ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି । ୧୫ ବର୍ଷ ଧରି ସେ ପରିଚାଳନା କରୁଥିବା ରିୟଲିଟି ଶୋ’ “ସା ରେ ଗା ମା ପା’ରୁ ବିଦାୟ ନେଇଛନ୍ତି ଆଦିତ୍ୟ । ଏ ନେଇ ଇନଷ୍ଟାଗ୍ରାମରେ ସେ ଏକ ଭାବବିହ୍ୱଳ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଦିତ୍ୟଙ୍କ ପ୍ରଶଂସକ ।

ଆଦିତ୍ୟ ଏହି ପୋଷ୍ଟରେ ଲେଖିଛନ୍ତି, ମୁଁ ଆପଣଙ୍କୁ ଦଃଖର ସହ କହୁଛି ଯେ, ମୁଁ “ସା ରେ ଗା ମା ପା’ ର ହୋଷ୍ଟିଂ ଛାଡୁଛି । ଏହି ଶୋ ମୋତେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଜଣେ ୧୮ ବର୍ଷର ବାଳକକୁ ଏକ ବୁଦ୍ଧିମାନ ପୁରୁଷରେ ପରିରତ ହେବାର ଦେଖିଛି ଏହି ଶୋ । ଯାହାର ଏବେ ପତ୍ନୀ ଆଉ ଗୋଟିଏ ଝିଅ ଅଛି । ୧୫ ର୍ବେ, ୯ ସିଜନ ଏବଂ ୩୫୦ ଏପିସୋଡ । ବିଶ୍ୱାସ କରି ହେଉନି ଏତେ ବର୍ଷ ଧରି ଆମେ ଏକାଠି କାମ କରିଛୁ । ସମୟ କେତେବେଳେ ଯେ ଅତିବାହିତ ହୋଇଗଲା ତାହା ଜଣାପଡିଲା ନାହିଁ ।
ଏହି ପୋଷ୍ଟ ସହିତ ଅନେକ ବଡ ଗାୟକମାନଙ୍କ ସହ ମିଶିଛନ୍ତି । ବାପି ଲହିରି, ଆଲକା ୟାଗ୍ନିକ, ବିଶାଲ ଦାଦଲାନି, ହିମେଶ ରେଶମିଆ, ସାଜିଦ-ୱାଜିଦ, ମିକା ସିଂ, ସୋନୁ ନିଗମଙ୍କ ସମେତ ପ୍ରୀତମ, ଶାନ, ନେହା କକ୍କର ଏବଂ ଅନେକ ସିଙ୍ଗର । ବର୍ତ୍ତମାନ ଆଦିତ୍ୟଙ୍କର ଏହି ପୋଷ୍ଟ ପ୍ରଶଂସକମାନଙ୍କୁ କୁବ ଚକିତ କରି ଦେଇଛି । ତେବେ ତାଙ୍କର ଏହି ଭାଇରାଲ ହେବା ପରେ ଫ୍ୟାନ୍ସମାନେ ଏହାର କାରଣ ପଚାରି ଚାଲିଛନ୍ତି ।

Get real time updates directly on you device, subscribe now.