ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ଥରେ ସଂକ୍ରମଣ କମିବାରେ ଲାଗିଥିଲା । ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।
ଆଜି ୧୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୪ ଓ ସ୍ଥାନୀୟ ଅଞ୍ଚଳରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୦ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୩୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୫୦ ରହିଥିବା ବେଳେ ୧ ହଜାର ୪୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
7. Dhenkanal: 1
8. Gajapati: 16
9. Ganjam: 7
10. Jagatsinghpur: 1
11. Jajpur: 3
12. Jharsuguda: 3
13. Kalahandi: 2
14. Kendrapada: 7
15. Khurda: 14
16. Mayurbhanj: 1
17. Nawarangpur: 6
18. Nuapada: 1
19. Rayagada: 1— I & PR Department, Odisha (@IPR_Odisha) March 10, 2022
20. Sambalpur: 8
21. Sonepur: 1
22. Sundargarh: 9
23. State Pool: 3New recoveries: 170
Cumulative tested: 29736490
Positive: 1286353
Recovered: 1276150
Active cases: 1047— I & PR Department, Odisha (@IPR_Odisha) March 10, 2022