fbpx
BJD SKY
BJD SKY

ମଣିପୁରରେ କଂଗ୍ରେସ ଧରାଶାୟୀ, ବିରୋଧୀ ଆସନରେ ବସିବାକୁ ବି ସିଟ୍ ମିଳୁନି, ବିଜେପି ଆଗରେ

BJD

ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏଥର ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁଥିବା ଟ୍ରେଣ୍ଡରୁ ଜଣା ପଡିଛି। ବିଶେଷଜ୍ଞଙ୍କ ମତରେ ଅନ୍ତିମ ପରିଣାମ ପର୍ଯ୍ୟନ୍ତ ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁ କି ନମିଳୁ ମାତ୍ର ବିଜେପି ସବୁଠୁ ବଡ ଦଳ ଭାବେ ଆର୍ବିଭାବ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ତେବେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିବାକୁ ଯାଉଛି। ଦଳର ସ୍ଥିତି ଦୟନୀୟ ହେବାରେ ଲାଗିଛି।

ମତଗଣନା ଅନୁଯାୟୀ, ୬୦ ସିଟ ମଧ୍ୟରୁ ବିଜେପି ୩୨ ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟ ୨୨ ସିଟରେ ଆଗୁଆ ରହିଛନ୍ତି। କଂଗ୍ରେସ ସ୍ଥିତି ଶୋଚନୀୟ ରହିଛି ଏବଂ ଦଳ ୬ଟି ସିଟରେ ଆଗରେ ଚାଲିଛି। ଏମିତିରେ କଂଗ୍ରେସ ପାର୍ଟି ରାଜ୍ୟରେ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିପାରେ। ଏପରିକି କଂଗ୍ରେସ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସର ପି ଶରତଚନ୍ଦ୍ରଙ୍କୁ ପ୍ରାୟ ୧୮ ହଜାର ଭୋଟରେ ହରାଇଛନ୍ତି। ହେଲେ ଆନୁଷ୍ଠାନିକ ଫଳାଫଳ ଘୋଷଣା କରାଯାଇ ନାହିଁ।

୨୦୧୭ର ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ୬୦ରୁ ୨୮ଟି ସିଟ୍ ଜିତି ସବୁଠୁ ବଡ ପାର୍ଟି ଭାବେ ଆର୍ବିଭାବ ହୋଇଥିଲା। କିନ୍ତୁ ୨୧ ସିଟ୍ ଜିତି ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି, ନାଗା ପିପୁଲ୍ସ ଫ୍ରଣ୍ଟ ଏବଂ ଲୋକ ଜନଶକ୍ତି ପାର୍ଟିର ସମର୍ଥନରେ ସରକାର ଗଢିବାକୁ ସଫଳ ହୋଇଥିଲା।

 

Get real time updates directly on you device, subscribe now.