fbpx

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏଥର କମିବ ଫ୍ଲାଇଟ ଭଡା, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଳୀ: ବାରମ୍ବାର ବିମାନ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ଖୁସିର ଖବର । ଆସନ୍ତା ଦିନରେ ଫ୍ଲାଇଟ ଟିକେଟର ଦାମ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରୁ କଟକଣା ହଟାଇଛନ୍ତି ସରକାର । ଆସନ୍ତା ୨୭ ତାରିଖରୁ ଏହି ସେବା ପୁଣି ଥରେ ଉପଲବ୍ଧ ହୋଇ ପାରିବ । ତେବେ ଏହା ଦ୍ୱାରା ଫ୍ଲାଇଟ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

My Journey with IndiGo Airlines from New Delhi | Complete Flight Report - YouTube

ଏମିତି ହେଲେ ଏହାର ପ୍ରଭାବ ଯାତ୍ରୀଙ୍କ ଟିକେଟ ଭଡାରେ ମଧ୍ୟ ପଡିବ । ଯାହାଫଳରେ ୪୦-୫୦ ପ୍ରତିଶତ କମ ଟଙ୍କାରେ ବିମାନ ଯାତ୍ରା ପାଇଁ ଟିକେଟ ପାଇପାରିବେ ଯାତ୍ରୀ । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ୨ ବର୍ଷ ହେଲା ବନ୍ଦ ରହିଥିଲା ଆନ୍ତର୍ଜାତିକ ବିମାନ ଚଳାଚଳ । କିନ୍ତୁ ଏବେ ମହାମାରୀର ଭୟାବହତା ଟିକିଏ କମ ରହିଥିବାରୁ ଏହାକୁ ସରକାର ଅନୁମତି ଦେଇଛନ୍ତି । ଆସନ୍ତା ସମୟରେ ବିମାନ ଉଡାଣ ଦୁଇ ଗୁରା କରିବା ନେଇ ସମ୍ଭାବନା ରହିଛି । ସିଙ୍ଗାପୁର ଏୟାରଲାଇନ୍ସ ୧୭ ପ୍ରତିଶତ ଉଡାଣ ବଢାଇବାକୁ ଥିବା ବେଳେ ଡୋମେଷ୍ଟି କ୍ୟାରିୟର ଇଣ୍ଡିଗୋ ଆସ୍ତା କିଛି ମାସ ମଧ୍ୟରେ ୧୦୦ ବୈଶ୍ୱିକ ଉଡାଣ ଆରମ୍ଭ କରିବ ।

Get real time updates directly on you device, subscribe now.