fbpx

ଆଇପିଏଲ ପୂର୍ବରୁ ବଢିଲା ରୟାଲ୍ସର ତାକତ୍: ବୋଲିଂ କୋଚ୍ ଭାବରେ ଯୋଗ ଦେଲେ ଏହି କିମ୍ବଦନ୍ତୀ

ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମେଗା ଅକ୍ସନରେ ସମସ୍ତ ଦଳ ନିଜ ପସନ୍ଦର ଖେଳାଳିଙ୍କୁ ବାଛି ସାରିଛନ୍ତି । ତେବେ ଏହି ଖେଳାଳି ମାନଙ୍କୁ ଦିଗ ଦର୍ଶନ ଦେବାପାଇଁ ପ୍ରତ୍ୟେକ ଦଳ କୋଚ୍ ନିଯୁକ୍ତ କରିଥାନ୍ତି । ଏହି ଧାରାରେ ଟି-୨୦ରେ ଚାମ୍ପିୟନ ବୋଲର ଲାସିଥ୍ ମାଲିଙ୍ଗାଙ୍କୁ ନିଜର ବୋଲିଂ କୋଚ ଭାବରେ ନିଯୁକ୍ତ ଦେଇଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସର ଅଫିସିଆଲ ଟ୍ୱିଟ୍ଟର ହ୍ୟାଣ୍ଡେଲରେ ଏ ସୂଚନା ପ୍ରଦାନ କରାଯାଇଛି । ମାଲିଙ୍ଗା ପ୍ରାୟ ୩୪୦ଟି ଟି-୨୦ ମୁକାବିଲା ଖେଳିଥିବା ବେଳେ ୫୪୬ ୱିକେଟ ଅକ୍ତିଆର କରିଛନ୍ତି ।

ସେହିପରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା ରାଜସ୍ଥାନ ରୟାଲ୍ସର ଡିରେକ୍ଟର ଭାବରେ କାମ କରୁଥିବା ବେଳେ ସେ ହିଁ ମାଲିଙ୍ଗାଙ୍କୁ ଚୟନ କରିଛନ୍ତି । ନିକଟରେ ଶ୍ରୀଲଙ୍କାର ଅଷ୍ଟ୍ରେଲିଆ ଗସ୍ତ ସମୟରେ ବୋଲିଂ ପରାମର୍ଶଦାତା ଭାବରେ କାମ କରିଥିଲେ ମାଲିଙ୍ଗା । ମାଲିଙ୍ଗାଙ୍କ କ୍ରିକେଟିଂ ବ୍ରେନ୍ ଦଳର ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଏପରିକି ଯୁବ ପେସ ବୋଲରଙ୍କୁ ମଧ୍ୟ ଉଚିତ ଦିଗଦର୍ଶନ ମିଳିପାରିବ ବୋଲି ସାଙ୍ଗାକାରା କହିଛନ୍ତି । ସେହିପରି ନୂତନ ରୋଲ ସହିତ ଆଇପିଏଲକୁ ଫେରୁଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି ମାଲିଙ୍ଗା ।

Get real time updates directly on you device, subscribe now.